Advertisment

କାଶ୍ମୀର ଉପତ୍ୟକାରେ ଥମୁନି ଆତଙ୍କ: ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ପରେ ଜନ୍ମମାଟିରେ  ଶୋକାକୁଳ ପରିବେଶ

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ […]

author-image
Mihir Pattnayak
କାଶ୍ମୀର ଉପତ୍ୟକାରେ ଥମୁନି ଆତଙ୍କ: ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ପରେ ଜନ୍ମମାଟିରେ  ଶୋକାକୁଳ ପରିବେଶ

odiya-pua

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ ସଜାଦ ଭଟ୍ଟ୍ ଓ ତାର ସହଯୋଗୀ ନିହତ ହୋଇଛନ୍ତି।

Advertisment

ଆତଙ୍କବାଦୀ ଆକ୍ରମଣରେ ପୁଅ ପ୍ରାଣବଳୀ ଦେଇଥିବା ଖବର ମିଳିବା ପରେ ଭାଙ୍ଗି ପଡିଛନ୍ତି ସହିଦ୍ ଅଜିତ ସାହୁଙ୍କ ପରିବାର । କେବଳ ପରିବାର ନୁହେଁ ବୀର ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ବଡ଼ସୁଆଳ ଗାଁ । ୨୦୧୫ରେ ସେନାରେ ସାମିଲ ହୋଇଥିଲେ ଅଜିତ୍ । କିଛି ଦିନ ତଳେ ଜାମ୍ମୁ ଓ କାଶ୍ମୀରକୁ ତାଙ୍କ ବଦଳି ହୋଇଥିଲା। ତେବେ ଗତକାଲି ପୁଲଓ୍ୱାମାରେ ଆତଙ୍କବାଦୀ ଘଟାଇଥିବା ଆଇଇଡି ବିସ୍ଫୋରଣରେ ନାଏକ୍ ଅଜିତ୍ ସାହୁ ଓ ହାବିଲଦାଲ ଅମରଜିତ୍ କୁମାର ସହିଦ୍ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ଅବସ୍ଥାରେ ଅଜିତ ଦେଶପାଇଁ ଜୀବନ ଦେଇଥିବାରୁ ପୁରା ଢେଙ୍କାନାଳ ଜିଲ୍ଲା ଗର୍ବିତ ବୋଲି ଜିଲ୍ଲାପାଳ କହିଛନ୍ତି ।

Left Top
Advertisment
Advertisment