Advertisment

୧୪ ଜିଲ୍ଲାରେ ତୁରନ୍ତ ଇଣ୍ଟର୍‌ନେଟ୍ ବନ୍ଦ କରିବାକୁ ଘୋଷଣା କଲେ ହରିଆଣା ସରକାର

ନୂଆଦିଲ୍ଲୀ: କୃଷି ଆନ୍ଦୋଳନରେ ହୋଇଥିବା ହିଂସାକୁ ଆଖି ଆଗରେ ରଖି ହରିଆଣାର ୧୪ଟି ଜିଲ୍ଲାରେ ଆସନ୍ତାକାଲୀ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍ ସେବାକୁ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ହରିଆଣା ସରକାର। ଏହାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଇଣ୍ଟରେନଟ୍ ବନ୍ଦ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶର କାର୍ଯ୍ୟାକୀର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର। ଇଣ୍ଟର୍‌ନେଟ୍ ସେବା ବନ୍ଦ ହେବାକୁ ଥିବା ଏହି ଜିଲ୍ଲାଗୁଡ଼ିକ ହେଲା- ଅମ୍ବାଲା, ଯମୁନା ନଗର, କୁରୁକ୍ଷେତ୍ର, କର୍ଣ୍ଣଲ […]

୧୪ ଜିଲ୍ଲାରେ ତୁରନ୍ତ ଇଣ୍ଟର୍‌ନେଟ୍ ବନ୍ଦ କରିବାକୁ ଘୋଷଣା କଲେ ହରିଆଣା ସରକାର

farmer

Advertisment

ନୂଆଦିଲ୍ଲୀ: କୃଷି ଆନ୍ଦୋଳନରେ ହୋଇଥିବା ହିଂସାକୁ ଆଖି ଆଗରେ ରଖି ହରିଆଣାର ୧୪ଟି ଜିଲ୍ଲାରେ ଆସନ୍ତାକାଲୀ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍ ସେବାକୁ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ହରିଆଣା ସରକାର। ଏହାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଇଣ୍ଟରେନଟ୍ ବନ୍ଦ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶର କାର୍ଯ୍ୟାକୀର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର।

Advertisment

ଇଣ୍ଟର୍‌ନେଟ୍ ସେବା ବନ୍ଦ ହେବାକୁ ଥିବା ଏହି ଜିଲ୍ଲାଗୁଡ଼ିକ ହେଲା- ଅମ୍ବାଲା, ଯମୁନା ନଗର, କୁରୁକ୍ଷେତ୍ର, କର୍ଣ୍ଣଲ କୈଥାଲ, ପାନିପଥ, ହିସାର, ଜିନ୍ଦ, ରୋହତକ, ଭବାନୀ, ଚର୍ଖି ଦାଦ୍ରି. ଫତେହପାଦ, ରେୱାରୀ ଓ ସିର୍ସା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହିସବୁ ଜିଲ୍ଲାମାନଙ୍କରେ କେବଳ ଭଏସ୍ କଲ୍ ଲାଗୁ ହୋଇପାରିବ।। ତେବେ ଏହା ପୂର୍ବରୁ ସୋନିପଥ, ପାଲିୱଲ ଏବଂ ଝଜ୍ଜର ଦିଲ୍ଲାରେ ଇଣ୍ଟର୍‌ନେଟ୍‌ ବନ୍ଦ ହୋଇଥିଲା।

ଦିଲ୍ଲୀରେ କୃଷକ ଅନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ ହରିୟଣା ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ହରିଆଣାର ଅନେକ ଶହ ଶହ କୃଷକ ଦିଲ୍ଲୀ କୃଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ବାହିରିଥିଲେ। କୃଷକ ନେତାମାନଙ୍କ ଉପରେ ନିଆଯାଇଥିବା ପଦକ୍ଷେପ ତାଙ୍କ ଆନ୍ଦଳନକୁ ଦୁର୍ବଳ କରିବା ନାହିଁ ବୋଲି କହିଥିଲେ।

Advertisment

ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ଅବସରରେ  ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାର ୩ ଦିନ ପରେ ହିଂସରା ଫଟୋ ଓ ଭିଡିଓ ପଠାଇବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଦିଲ୍ଲୀ ପୋଲିସ। ଯେଉଁମାନେ ପ୍ରତ୍ୟେକ୍ଷଦର୍ଶୀ, ଯେଉଁମାନଙ୍କ ପାଖରେ ଏ ସମ୍ପର୍କିତ ଫଟୋ ଭିଡିଓ ଅଛି ସେମାନେ ପୋଲିସ ସହିତ ଶେୟାର କରନ୍ତୁ ବୋଲି ଦିଲ୍ଲୀ ପୋଲିସ କହିଛି। 

ଏନେଇ ଦିଲ୍ଲୀ ପୋଲିସ କହିଛି "ଜାନୁଆରୀ ୨୬ ତାରିଖ କୃଷକମାନେ ଟ୍ରାକ୍ଟର ରାଲି କରିଥିଲେ ଓ ହିଂସାରେ ସାମିଲ ଥିଲେ। ଉପସ୍ଥିତି ଥିବା ସମସ୍ତ ସାଧାରଣ ଜନତା, ଗଣମାଧ୍ୟମ ବ୍ୟକ୍ତି ଯେଉଁମାନେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଯଦି ସେମାନଙ୍କ ପାଖରେ ଘଟଣା ସମ୍ପର୍କତି ତଥ୍ୟ କିମ୍ବା ମୋବାଇଲ୍‌ରେ ରେକର୍ଡ ହୋଇଥିବା ଫଟୋ ଓ ଭିଡିଓ ଅଛି ତେବେ ସେମାନେ ଆଗକୁ ଆସନ୍ତୁ। ଷ୍ଟେଟ୍‌ମେଣ୍ଟ, ଫୁଟେଜ୍, କିମ୍ବା ଫଠୋ ପୋଲିସ ସହିତ ଶେୟାର କରନ୍ତୁ। " ଅଫିସ ସମୟରେ ପୁରୁଣା ଦିଲ୍ଲୀ ପୋଲିସ ମୁଖ୍ୟାଳୟର ଦ୍ୱିତୀୟ ମହଲା, ରୁମ ନମ୍ବର ୨୧୫ରେ ଏହି ସମସ୍ତ ତଥ୍ୟ ଦେବାକୁ ଅନୁରୋଧ କରି ଦିଲ୍ଲୀ ପୋଲିସ।

Advertisment

ତା ସହିତ ଏହିସବୁ ତଥ୍ୟ ଦେବା ପାଇଁ ପୋଲିସ ପକ୍ଷରୁ ମୋବାଇଲ୍ ନମ୍ବର, ଲ୍ୟାଣ୍ଡଲାଇନ୍ ନମ୍ବର, ଏବଂ ମେଲ୍ ଆଇଡି ବି ଦିଆଯାଇଛି। ତେବେ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନା ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୫ ଟି ମାମଲା ରୁଜୁ ହୋଇଛି। ଏଥିରେ ୩୦ ଜଣ ଚାଷୀ ନେତାଙ୍କ ନାଁ ସାମିଲ ରହିଛି। ପୋଲିସର କହିବା କଥା ହେଲା- ଅନ୍ତର୍ଜାତୀୟ ସ୍ତରରେ ଭାରତ ସରକାରଙ୍କର ଛବି ଖରାପ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା। ଏଣୁ ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସାର ତଦନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ