/odishatv-khabar/media/post_attachments/uploadimage/library/16_9/16_9_0/RAPE-UP-1_1623128123.jpg)
RAPE UP
ନୋଏଡା : ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମହିଳା । ଗୌତମ ବୁଦ୍ଧନଗର(ନୋଏଡା)ର ଭଙ୍ଗେଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକଲା ଭଳି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନୋଏଡା ଫେଜ୍-୨ର ଅଞ୍ଚଳରେ ଜଣେ ମହିଳା ଘରେ କବାଟ ଦେଇ ଶୋଇଥିବା ସମୟରେ ପଡୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଖବର ସମ୍ପର୍କରେ ଜାଣିବା ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।
ଘଟଣାଦିନ ଅତ୍ୟଧିକ ଗରମ ଯୋଗୁଁ ପୀଡିତାଙ୍କ ସ୍ୱାମୀ ଛାତକୁ ଶୋଇବାକୁ ଚାଲିଯାଇଥିଲେ ଏବଂ ଘରେ ଏକୁଟିଆ ଶୋଇଥିଲେ ମହିଳା । ରାତି ହେଲେ ସ୍ୱାମୀ କୋଠରୀକୁ ଆସିବେ ଚିନ୍ତା କରି ମହିଳା ଜଣ ଘରର କବାଟ ଖୋଲା ରଖିଥିଲେ । କିନ୍ତୁ ଖୋଲା ହୋଇଥିବା କବାଟ ଦେଖି ପଡୋଶୀ ମୁଣ୍ଡରେ ପିଶାଚ ସବାର ହୋଇଥିଲା । ମହିଳାଙ୍କ ଘର ନିକଟରେ ରହୁଥିବା ବ୍ୟକ୍ତି ଛାତ ରାସ୍ତାରେ ମହିଳାଙ୍କ କୋଠରୀକୁ ପଶିଯାଇ ଦୁଷ୍କର୍ମ କରିଥିଲା ।
ପୋଲିସ୍ ସୂଚନା ଅନୁସାରେ ପଡୋଶୀ ଘରେ ରହୁଥିବା ରିଙ୍କୁ ନାମକ ଯୁବକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ମହିଳା । ପୋଲିସ କହିଛି, ଘରର ଦରଜା ଖୋଲାଥିବା ଦେଖି ରିଙ୍କୁ ଏହାର ଫାଇଦା ଉଠାଇ ମହିଳାଙ୍କ କୋଠରୀକୁ ଚୁପଚାପ୍ ପଶି ଯାଇଥିଲା । ଶୋଇଥିବା ମହିଳାଙ୍କୁ ମାରପିଟ୍ କରିବା ସହ ଧମକ ଦେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ଜଣାପଡ଼ିଲା ପରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଏମେ ମହିଳାଙ୍କ ଡାକ୍ତରୀମାଇନା କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)