Advertisment

ଭୁଶୁଡ଼ିଲା କୋଠା, ୪ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। A building collapses in Sector-11, Noida; 4 persons rescued from the site. Rescue operation […]

author-image
Ranjeet Kumar Jena
ଭୁଶୁଡ଼ିଲା କୋଠା, ୪ ଉଦ୍ଧାର

noida

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

https://twitter.com/ANINewsUP/status/1289215606437249024?s=20

ସୂଚନା ଅନୁସାରେ କୋଠାର ନିର୍ମାଣ କାମ ଜାରି ରହିଥିବା ବେଳେ ଏଭଳି ଅଘଟଣ ଘଟିଛି। କୋଠା ଭୁଶୁଡ଼ିବା ବେଳେ ଏହା ଭିତରେ କିଛି ଶ୍ରମିକ ରହିଥିଲେ। ତେବେ ଏଥିରୁ ଚାରିଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଲୋକ ଚାପି ହୋଇଥିବାର ଆଶଙ୍କା କରାଯାଉଛି।

କିଛିଦିନ ତଳେ ମୁମ୍ବାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ମୁମ୍ବାଇର ଭାନୁଶାଳୀ କୋଠାର ଏକ ଅଂଶ ଭୁଶୁଡ଼ି ଯାଇଥିଲା, ଯେଉଁଥିରେ ୧୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

Advertisment
Advertisment
Advertisment