nobel-peace
ନୂଆଦିଲ୍ଲୀ: ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍ଲୋ ଠାରେ ନେବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରେଇସ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି।
ଏହା ପୂର୍ବରୁ ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇ ସାରିଛି। ଗତକାଲି ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଥିଲା। ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ୍ଙ୍କୁ ଏଥିପାଇଁ ଚୟନ କରାଯାଇଥିଲା ।
ସେହିପରି ପଦାର୍ଥ ବିଜ୍ଞାନରେ ୩ ଜଣଙ୍କ ନାଁ ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଥିଲା। ସେମାନେ ହେଲେ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ ଗେଜ୍।
ମେଡିସିନ କ୍ଷତ୍ରରେ ମଧ୍ୟ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାଁ ଘୋଷଣା କରାଯାଇଥିଲା। ସେମାନେ ହେଲେ ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ ରାଇସ।
ନୋବେଲ୍ ପୁରସ୍କାର ହିସାବରେ ଏକ ସ୍ୱର୍ଣ୍ଣପଦକ ସହିତ ଏକ କୋଟି ସ୍ୱେଡିଶ କ୍ରୋନ୍(ଭାରତୀୟ ଟଙ୍କାରେ ପାଖାପାଖି ୮.୨୭ କୋଟି) ଟଙ୍କା ଦିଆଯାଏ। ସ୍ୱେଡେନ୍ର ବୈଜ୍ଞାନିକ ଅଲ୍ଫ୍ରେଡ୍ ନୋବେଲ୍ଙ୍କ ନାଁ ଅନୁସାରେ ନୋବେଲ୍ ପୁରସ୍କାର ଦିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nobel-peace_1625249598.jpg)