Advertisment

ଏଣିକି ଏକୁଟିଆ ଯିବା ବେଳେ ଦରକାର ନାହିଁ ମାସ୍କ

ନୂଆଦିଲ୍ଲୀ: ଏକାକୀ କାର ଚଳାଉଥିଲେ କି ସାଇକେଲରେ ଏକୁଟିଆ ଯିବା ବେଳେ ମାସ୍କ ବ୍ୟବହାରର ଆବଶ୍ୟକତା ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି କିଛି ଦିନ ହେବ ସାମାଜିକ ଦୂରତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଗାଡ଼ି ଚଳାଇବା ବେଳେ, ଜଗିଂ କି ସାଇକଲ ଚଳାଇବା ବେଳେ ମାସ୍କ ବ୍ୟବହାର ଜରୁରି ବୋଲି କୌଣସି ଗାଇଡ […]

ଏଣିକି ଏକୁଟିଆ ଯିବା ବେଳେ ଦରକାର ନାହିଁ ମାସ୍କ

mask

Advertisment

ନୂଆଦିଲ୍ଲୀ: ଏକାକୀ କାର ଚଳାଉଥିଲେ କି ସାଇକେଲରେ ଏକୁଟିଆ ଯିବା ବେଳେ ମାସ୍କ ବ୍ୟବହାରର ଆବଶ୍ୟକତା ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ରାଜେଶ ଭୂଷଣ।

Advertisment

ସେ କହିଛନ୍ତି କିଛି ଦିନ ହେବ ସାମାଜିକ ଦୂରତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଗାଡ଼ି ଚଳାଇବା ବେଳେ, ଜଗିଂ କି ସାଇକଲ ଚଳାଇବା ବେଳେ ମାସ୍କ ବ୍ୟବହାର ଜରୁରି ବୋଲି କୌଣସି ଗାଇଡ ଲାଇନ୍ ଜାରି କରାଯାଇନଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ହେଲେ ଗ୍ରୁପରେ ଏସବୁ କାମ କରୁଥିବା ବେଳେ ମାସ୍କ ଓ ସାମାଜିକ ଦୂରତାର ଅବଲମ୍ବନ କରିବା ଜରୁର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କିଛି ଲୋକ ଅଭିଯୋଗ ଆଣିଥିଲେ ଯେ ଏକୁଟିଆ ରହିବା ଏବଂ ମାସ୍କ ନପିନ୍ଧିବା କାରଣରୁ ପୋଲିସ୍ ମୋଟାଅଙ୍କର ଜୋରିମାନା ଲଗାଉଛି। ରିପୋର୍ଟ ମୁତାବକ ପ୍ରତିଦିନ ପୋଲିସ୍ ବିନା ମାସ୍କରେ ଗୋଟିଏ ରାଜ୍ୟରେ ୧୨୦୦ରୁ ୧୫୦୦ ଲୋକଙ୍କର ଚାଲାଣ କାଟୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ