Advertisment

ଏହି ବୃଦ୍ଧାଙ୍କୁ ଯାହା ଜଣା, ବିଶ୍ୱରେ ତାହା କେହି ଜାଣି ନାହାନ୍ତି

ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ

ଅଦ୍ୟତନ ହୋଇଛି
ଏହି ବୃଦ୍ଧାଙ୍କୁ ଯାହା ଜଣା, ବିଶ୍ୱରେ ତାହା କେହି ଜାଣି ନାହାନ୍ତି

thubnail

Advertisment

ଭାଷା ହେଉଛି ଏପରି ଏକ ମାଧ୍ୟମ ଯାହା ଦ୍ୱାରା ଆମେ ଆମର ମନର ଭାବନାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିପାରୁ। ଭାଷାବିତ୍ ମାନଙ୍କ କହିବା ଅନୁସାରେ ବିଶ୍ୱରେ ପ୍ରାୟ ୬ ହଜାର ୯ ଶହରୁ ଅଧିକ କଥିତ ଭାଷା ରହିଛି। ଏଥିମଧ୍ୟରୁ ଅନେକ ହଜାରେ ବର୍ଷ ପୁରୁଣା।

Advertisment

ଭାଷା ଉପରେ ନଜର ରଖୁଥିବା ଏକ ପ୍ରକାଶନ ଅନୁଯାୟୀ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ମୋଟ ୭୦୯୭ଟି ଭାଷାକୁ ଲୋକମାନେ ବ୍ୟବହାର କରନ୍ତି। ହେଲେ ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ଏବେ ଲୋପ ପାଇଗଲାଣି ତ ଆଉ କିଛି ଭାଷାକୁ ଅଳ୍ପ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି।

publive-image'ୟଘାନ୍' ଏପରି ଏକ ଭାଷା। ଏହି ଭାଷା ହେଉଛି ଆର୍ଜେଣ୍ଟିନାର ଏକ ଦ୍ୱୀପର ମାତୃଭାଷା। କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ଲୋପ ପାଇବାକୁ ବସିଛି। ଏପରିକି ଏହି ଭାଷା କହୁଥିବା ଏକମାତ୍ର ବ୍ୟକ୍ତି ଏବେ ଜୀବନ୍ତ ଅଛନ୍ତି, ଯିଏକି ଜଣେ ମହିଳା।

Advertisment

publive-imageଏହି ଭାଷା ଆର୍ଜେଣ୍ଟିନା ଏବଂ ଚିଲିର ମଧ୍ୟବର୍ତ୍ତୀ ଟିଏରା ଡେଲ ଫୁଏଗୋ ନାମକ ଏକ ଦ୍ୱୀପର ଆଦିବାସୀଙ୍କର ମୂଳ ଭାଷା ରୂପେ ଦିନେ ବ୍ୟବହାର ହେଉଥିଲା। ଏହି ଭାଷାର ସଂସ୍କୃତ ଭାଷା ସହ କିଛି ସାମଞ୍ଜସ୍ୟ ଥିବାର ଅନୁମାନ କରାଯାଏ।

ହେଲେ ଏହି ଭାଷାକୁ ପୃଥିବୀରେ କେବଳ ଜଣେ ଲୋକ ହିଁ ଏବେ କହିପାରୁଛନ୍ତି। ତାଙ୍କ ନାମ କ୍ରିଷ୍ଟିନା କାଲଡେରୋନ । ଏବେ ସେ ସମ୍ପୂର୍ଣ୍ଣ ବୃଦ୍ଧ। ୧୪ ଜଣ ନାତୀ ଓ ନାତୁଣୀ ଥିବା ସତ୍ତ୍ୱେ ବି ତାଙ୍କ ସହିତ ଏହି ଭାଷାରେ ଆଉ କଥାବାର୍ତ୍ତା କରିବାକୁ କେହି ନାହାଁନ୍ତି।

Advertisment

publive-imageଏହାର କାରଣ ହେଉଛି ଯେ ତାଙ୍କ ଭାଇ ଓ ଭଉଣୀ 'ୟଘାନ୍' ଭାଷାରେ କଥା ହେଉଥିଲେ କିନ୍ତୁ  ସେମାନେ ମୃତ୍ୟୁ ହୋଇଛି। ପରିବାରର ଅନ୍ୟମାନେ ସ୍ପାନିଶ୍ କିମ୍ବା ଇଂରାଜୀ ଭାଷା କହିଥାନ୍ତି।

publive-imageଏହି ଭାଷାକୁ ଏକା ବଞ୍ଚାଇ ରଖିଥିବା ହେତୁ କ୍ରୀଷ୍ଟିନା ଅନେକ ପ୍ରଶଂସା ପାଇଛନ୍ତି। ୨୦୦୯ରେ ଚିଲି ସରକାର ତାଙ୍କୁ ଜୀବନ୍ତ ମାନବ ଭଣ୍ଡାରର ଆଖ୍ୟା ଦେଇଥିଲେ। ଏହି ଉପାଧି ୟୁନେସ୍କୋ ଅଧୀନରେ ଆସୁଛି। ଯେଉଁମାନେ ସଂସ୍କୃତି ବଞ୍ଚାଇବାରେ ବହୁତ ବଡ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଏହା ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ