Advertisment

'କେହି ଆମକୁ ଆଖି ଦେଖାଇ ପାରିବେନି'

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ନିକଟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯାହା ପରେ ଚୀନ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ମୋଦି ଚୀନ୍ ଉପରେ ବର୍ଷିଥିବା ବେଳେ ଭାରତୀୟ ସେନାକୁ ସଲାମ୍ କରିଛନ୍ତି। ମୋଦି କହିଛନ୍ତି, “ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହାରି କବଜାରେ ନାହିଁ। ଆମର ଇଞ୍ଚେ ବି ଜମି ଉପରେ […]

'କେହି ଆମକୁ ଆଖି ଦେଖାଇ ପାରିବେନି'

pm-modi

Advertisment

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ନିକଟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯାହା ପରେ ଚୀନ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ମୋଦି ଚୀନ୍ ଉପରେ ବର୍ଷିଥିବା ବେଳେ ଭାରତୀୟ ସେନାକୁ ସଲାମ୍ କରିଛନ୍ତି। ମୋଦି କହିଛନ୍ତି, "ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହାରି କବଜାରେ ନାହିଁ। ଆମର ଇଞ୍ଚେ ବି ଜମି ଉପରେ କେହି ଆଖି ପକାଇ ପାରିବେନି। ଲଦାଖରେ ଆମର ଦେଶର ୨୦ଜଣ ଯବାନ୍ ସହିଦ୍ ହୋଇଛନ୍ତି। ସହିଦଙ୍କ ପରିବାରଙ୍କୁ ଏ ଦେଶ ପ୍ରଣାମ କରୁଛି।"

Advertisment


ମୋହି ଆହୁରି କହିଛନ୍ତି, "ଡିପ୍ଲୟମେଣ୍ଟ ହେଉ, ଆକ୍ସନ୍ ହେଉ, କାଉଣ୍ଟର ଆକ୍ସନ୍ ହେଉ, ଜଳ-ସ୍ଥଳ-ନୌସେନାରେ ଦେଶର ରକ୍ଷା ପାଇଁ ଯାହା କିଛି ଦରକାର, ତାହା ଆମ ସେନା କରୁଛନ୍ତି। ଆଜି ଆମ ପାଖରେ ଏଭଳି ଶକ୍ତି ଅଛି ଯେ କେହିବି ଆମର ଗୋଟିଏ ଇଞ୍ଚ୍ ଯାଗା ଉପରକୁ ଆଖି ଉଠାଇ ଦେଖି ପାରିବ ନାହିଁ। ଆଜି ଭାରତର ସେନା ଅଲଗା ଅଲଗା ସେକ୍ଟରରେ ଏକାଠି ଗତିଶୀଳ ହେବାରେ ପୂରା ସକ୍ଷମ।"

Advertisment

ପିଏମ୍ ମୋଦି କହିଛନ୍ତି, "ଦେଶ ତା'ର ସୀମାକୁ ଅଧିକ ସୁରକ୍ଷିତ କରିବା ପାଇଁ ବର୍ଡର ନିକଟରେ ଭିତ୍ତିଭୂମୀ ବିକାଶକୁ ପ୍ରାଥମିକତା ଦେଇଛି। ତା'ଛଡ଼ା ଆମର ସେନାକୁ ଅନ୍ୟ ଆବଶ୍ୟକତା ଯେପରି ଫାଇଟର୍ ପ୍ଲେନ୍, ଆଧୁନିକ ହେଲିକପ୍ଟର, ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ଆଦି ଉପରେ ମଧ୍ୟ ଆମେ ଅଧିକ ବଳ ଯୋଇ ଦେଇଛୁ। ନୂଆ ଭିତ୍ତିଭୂମି କାରଣରୁ ବିଶେଷକରି ଏଲଏସିରେ ଏବେ ଆମର ପାଟ୍ରୋଲିଂର କ୍ଷମତା ମଧ୍ୟ ବଢ଼ିଯାଇଛି। ପାଟ୍ରୋଲିଂ ବଢ଼ିବା ଦ୍ୱାରା ସେନା ଅଧିକ ସତର୍କ ହୋଇଛନ୍ତି ଏବଂ ଏଲଏସି ସୀମାରେ ହେଉଥିବା ଗତିବିଧି ଉପରେ ମଧ୍ୟ ପ୍ରତିଟି ଖବର ସହଜରେ ମିଳିଯାଉଛି। ଯେଉଁ ଅଞ୍ଚଳରେ ପୂର୍ବରୁ କୌଣସି ସୁରକ୍ଷାର ଗ୍ୟାରେଣ୍ଟି ନଥିଲା, ଏବେ ସେଠାରେ ଆମର ଯବାନ୍ ଭଲ ଭାବେ ମନିଟର କରିପାରୁଛନ୍ତି।"

India China Border Fight PM Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ