supreem-court
ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, ତେଣୁ ତଦନ୍ତ ଆରମ୍ଭରୁ ହିଁ ମାମଲାକୁ ଦିଲ୍ଲୀ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ନାହିଁ।
ମାମଲାର ଶୁଣାଣି ବେଳେ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ଗ୍ରହଣ ମଧ୍ୟ କରିଛନ୍ତି। ଯେଉଁଥିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ସୁନିଶ୍ଚିତ କଥା ଥିବା ବେଳେ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ଦାବି ହୋଇଛି।
ସୂଚନା ଥାଉକି, ୧୪ ସେପ୍ଟେମ୍ବର ଉତ୍ତରପ୍ରଦେଶର ହାଥରସରେ ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ୨୯ ତାରିଖରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ତରବରିଆ ଭାବେ ପରିବାରର ବିନା ଅନୁମତିରେ ବିଳମ୍ବିତ ରାତିରେ ଯୁବତୀଙ୍କ ଶବସତ୍କାର କରିଥିଲା।
ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାରକୁ ଘେରାବନ୍ଦୀ କରି ରଖିଥିଲେ। ବିରୋଧୀ ନେତା କିମ୍ବା ଗଣମାଧ୍ୟମକୁ ମଧ୍ୟ ପୀଡ଼ିତ ପରିବାରକୁ ଭେଟିବାକୁ ଦିଆଯାଇ ନଥିଲା। ଏହାପରେ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/supreem-court_1625180748.jpg)