Advertisment

ଆସନ୍ତାକାଲି ଠାରୁ ଉଠିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ୧୧ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କହିଛନ୍ତି ଯେ ବେଙ୍ଗାଲୁରୁରେ ବୁଧବାର ଠାରୁ ଲକ୍‌ଡାଉନ୍‌ ହେବ ନାହିଁ। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ତାଲାବନ୍ଦ ଜାରି ରହିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ୟେଦୁରୁପ୍ପା। People who came […]

author-image
Mahasweta Baral
ଅଦ୍ୟତନ ହୋଇଛି
ଆସନ୍ତାକାଲି ଠାରୁ ଉଠିବ ଲକ୍‌ଡାଉନ୍‌

luckdown

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ୧୧ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କହିଛନ୍ତି ଯେ ବେଙ୍ଗାଲୁରୁରେ ବୁଧବାର ଠାରୁ ଲକ୍‌ଡାଉନ୍‌ ହେବ ନାହିଁ। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ତାଲାବନ୍ଦ ଜାରି ରହିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ୟେଦୁରୁପ୍ପା।

Advertisment

ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ କାମକୁ ଜିବା ଉଚିତ୍‌। କାରଣ ଅର୍ଥନୀତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସ୍ଥିର ଅର୍ଥନୀତି ବଜାୟ ରଖି ଆମକୁ କରୋନା ଭାଇରସ ସହିତ ଲଢ଼େଇ କରିବାକୁ ପଡ଼ିବ। ଲକ୍‌ଡାଉନ୍‌ ଏହାର ସମାଧାନ ନୁହେଁ। କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ତାଲାବନ୍ଦ ଜାରି ରହିବ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ମହାରାଷ୍ଟ୍ର ଓ ତାମିଲନାଡୁରୁ ଆସୁଥିବା ଲୋକମାନେ କର୍ଣ୍ଣାଟକରେ COVID-19ର ସଂକ୍ରମଣକୁ ବୃଦ୍ଧି କରିଛନ୍ତି। ବିଶେଷଜ୍ଞମାନେ 5T ର ରଣନୀତି ପାଇଁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଟ୍ରେସ, ଟ୍ରାକ, ଟେଷ୍ଟିଂ, ଟ୍ରିଟ୍‌ ଓ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ।

ସୂଚନା ଅନୁଯାୟୀ, ଦେଶରେ କରୋନା ମୃତ୍ୟୁ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି। ସେହିପରି  କରୋନା ମୃତ୍ୟ  ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି।

ଦେଶରେ ଆକ୍ଟିଭ୍ କେସ୍ ୪,୦୨,୫୨୯ ଥିବାବେଳେ ବର୍ତ୍ତମାନ ସୁଦ୍ଧା  ୭,୨୪,୫୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ମହାରାଷ୍ଟ୍ରରେ ୩ ଲକ୍ଷ ୧୮ ହଜାର ୬୯୫ ଆକ୍ରାନ୍ତ ହୋଇଥିବାବେଳେ ୧୨,୦୩୦ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ୩୬୬୩, ତାମିଲନାଡୁ- ୨୫୫୧ ଓ ଗୁଜରାଟରେ ୨୧୬୨ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Advertisment
Advertisment