fire
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ୱାଲିଅର ସହରରେ ଜଣେ ଯୁବକର ଚାକିରି ଚାଲିଯିବାରୁ ସେ ହତାଶ ହୋଇ ଚରମ ପଦକ୍ଷେପ ନେଇଥିବା ଜଣାପଡିଛି।
ଗତ କାଲି ସେ ରାସ୍ତା ଉପରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଜଣାପଡିଛି। ପରେ ଯୁବକ ଜଣକ ନିଆଁରୁ ରକ୍ଷା ପାଇବା ପାଇଁ ରାସ୍ତା ଉପରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଦେହରେ ନିଆଁ ଲାଗିଥିବାର ଦେଖି ପାଡୋଶୀମାନେ ପାଣି ପକାଇବା ସହ ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ମୁହଁ ପୋଡି ଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ, ଗ୍ୱାଲିଅର ସହରର ଜନକଗଞ୍ଜ ସ୍ଥିତ ଜୀୱାଜିଗଞ୍ଜ ଅଞ୍ଚଳର ଯୁବକ ସନ୍ତୋଷ ସହୋରକର ଏକ ଭଡା ଘର କରି ରହୁଥିଲେ। ସେ ଏକ ହୋଟଲରେ କାମ କରୁଥିଲେ। କିନ୍ତୁ ଲକ୍ଡାଉନ୍ ଯୋଗୁ ହୋଟଲଟି ବନ୍ଦ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା। ସବୁବେଳେ ଚିନ୍ତାରେ ରହୁଥିଲେ। ଯୁବକ ଜଣକ ଯଦିଓ ଅବିବାହିତ ଥିଲେ ତଥାପି ପରିବାରର ଦାୟିତ୍ୱ ତାଙ୍କ ଉପରେ ଥିଲା।
ଜନକଗଞ୍ଜ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପ୍ରୀତି ଭର୍ଗାଭ କହିଛନ୍ତି, ରବିବାର ସନ୍ଧ୍ୟା ସମୟରେ ଜଣେ ଯୁବକ ଜୀୱାଜିଗଞ୍ଜ ନିଛାଟିଆ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ କିଛି ଦୂର ଚାଲିବା ପରେ ସେ କିରୋସିନ ଢ଼ାଳି ଦେହରେ ନିଆଁ ଲାଗାଇ ଦେଇଥିଲେ। ଯୁବକ ଜଣକ ମୁଣ୍ଡରେ ପଗଡି ବାନ୍ଧିଥିଲେ। ସେହି ଜାଗାରେ ହିଁ ସେ ପ୍ରଥମେ ନିଆଁକୁ ଲଗାଇଥିବା ଜଣାପଡିଛି। ପରେ ଯୁବକଙ୍କ ମୁହଁରେ ନିଆଁ ଲାଗିବାରୁ ସେ ଛଟପଟ ହେବାସହ ମୁଣ୍ଡରେ ଲାଗିଥିବା ପଗଡିକୁ ହଟାଇବା ପାଇଁ ଚେଷ୍ଟା କରୁଥିଲେ।
ଯୁବକ ଜଣକ ଜାୟରୋଗିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୩୫ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଥିବା ସୂଚନା ମିଳିଛି। ପୋଲିସର କହିବା ଅନୁଯାୟୀ, ଯୁବକ ଜଣଙ୍କର ଚାକିରି ନଥିବାରୁ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ତାଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନଥିଲା। ତେଣୁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fire-2_1626693631.jpg)