/odishatv-khabar/media/post_attachments/uploadimage/library/16_9/16_9_0/CBI-1_1622799392.jpg)
CBI 1
ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ସିବିଆଇର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ସିବିଆଇର ଭାବମୂର୍ତ୍ତିକୁ ଆହୁରି ବଢ଼ାଇବା ଉଦ୍ଦେଶ୍ୟରେ ଏହାକୁ କାର୍ୟ୍ୟକାରୀ କରିବାକୁ ସିବିଆଇର ସମସ୍ତ ଶାଖାର ମୁଖ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂତନ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସିବିଆଇର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଫିସରେ ଫର୍ମାଲ ପୋଷାକ ପିନ୍ଧିବାକୁ ପଡ଼ିବ। ପୁରୁଷ ଅଧିକାରୀ ମାନେ ଭଲ ଭାବେ ସେଭିଂ ହେବା ସହ ଫର୍ମାଲ୍ ପୋଷାକରେ ଅଫିସ୍ ଆସିବା ବାଧ୍ୟତାମୂଳକ । ଯେଉଁମାନେ ଦାଢ଼ି ରଖିବାକୁ ଅନୁମତି ନେଇଥିବେ, ସେମାନେ ଦାଢ଼ି ରଖି ଅଫିସ୍ ଆସିପାରିବେ ଜ୍ଝ ସେହିପରି ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍ ଫର୍ମାଲ୍ ପୋଷାକରେ ଅଫିସ୍ ଆସିପାରିବେ । ଅଫିସରେ ଜିନ୍ସ ଏବଂ କପଡା ଜୋତା ପରି କାଜୁଆଲ୍ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। କାର୍ୟ୍ୟାଳୟର ସମ୍ମାନ ବଜାୟ ରଖିବା ସହ ସମସ୍ତ କର୍ମଚାରୀଙ୍କୁ ଏକ ସମାନ ଦେଖିବା ପାଇଁ ପ୍ରଶାସନ ଦେଇଥିବା ଏହି ନିର୍ଦ୍ଦେଶ ଯଥାର୍ଥ ଅଟେ ବୋଲି କହିଛନ୍ତି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ।
ବିଗତ କିଛି ବର୍ଷ ହେବ ସିବିଆଇ ଅଧିକାରୀମାନେ କାଜୁଆଲ ପୋଷାକରେ ଅଫିସ୍ ଆସୁଥିବା ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ଧୀରେ ଧୀରେ ପ୍ରାୟ ଅଧିକାରୀ ଏପରି ପୋଷାକରେ ଅଫିସ ଆସିଲେ । ନୂତନ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପରେ ଏଥିପ୍ରତି ଧ୍ୟାନ ଦେଇଥିଲେ ଏବଂ ଏ ଦିଗରେ ପରିବର୍ତ୍ତନ ଆଣିବାକୁ ସିବିଆଇର ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)