/odishatv-khabar/media/post_attachments/uploadimage/library/16_9/16_9_0/t-2_1626692955.jpg)
t
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ବସିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଛନ୍ତି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସର ମନ୍ତ୍ରକୁ ସାକାର କରିବା ଦିଗରେ ନୀତି ଆୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ୍ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହା ଆହ୍ୱାନଭରା କିନ୍ତୁ ହାସଲଯୋଗ୍ୟ ହେଲେ ରାଜ୍ୟମାନଙ୍କର ସମ୍ମିଳିତ ଉଦ୍ୟମରେ ହିଁ ଏହା ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏଥିସହ ପିଏମ୍ କିଷାନ୍, କିଷାନ୍ ସମ୍ମାନ ନୀଧି ଏବଂ ଅନ୍ୟ ଚାଷୀ କୈନ୍ଦ୍ରିକ ଯୋଜନାର ସୁଫଳ କିଭଳି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ତା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଲାଗୁ କରି ନ ଥିବା ରାଜ୍ୟମାନେ ଲୋକହିତରେ ତୁରନ୍ତ ଏହାକୁ ଲାଗୁ କରିବାକୁ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ ବୋଲି ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । ଏଥିସହ ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟ ପାଇଁ ଅଧିକ ସହାୟତାର ଦାବି ମଧ୍ୟ ଉଠାଯିବ ବୋଲି ସେ କହିଥିଲେ । ତେବେ ଆଜିର ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)