Advertisment

ଏଣିକି ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍‌ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ !  ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍‌ ଫ୍ରି ଏଟିଏମ୍‌। ଆଗାମୀ ଦିନରେ ଯଦି ଆପଣ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଚାହିଁବେ, ତେବେ ଏଟିଏମ୍‌ ମେସିନ୍‌କୁ  ଛୁଇଁବାର ଆବଶ୍ୟକତା ନାହିଁ। କ୍ୟାସ ଓ ଡିଜିଟାଲ ପେମେଣ୍ଟ କରୁଥିବା କମ୍ପାନୀ ଏଜିଏସ୍‌ ଟ୍ରାନଜାକ୍ଟ ଟେକ୍ନୋଲୋଜି ପକ୍ଷରୁ ଗତକାଲି […]

author-image
Mahasweta Baral
ଏଣିକି ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

touch

ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍‌ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ !  ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍‌ ଫ୍ରି ଏଟିଏମ୍‌।

Advertisment

ଆଗାମୀ ଦିନରେ ଯଦି ଆପଣ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଚାହିଁବେ, ତେବେ ଏଟିଏମ୍‌ ମେସିନ୍‌କୁ  ଛୁଇଁବାର ଆବଶ୍ୟକତା ନାହିଁ। କ୍ୟାସ ଓ ଡିଜିଟାଲ ପେମେଣ୍ଟ କରୁଥିବା କମ୍ପାନୀ ଏଜିଏସ୍‌ ଟ୍ରାନଜାକ୍ଟ ଟେକ୍ନୋଲୋଜି ପକ୍ଷରୁ ଗତକାଲି ମିଳିଥିବା ସୂଚନା ଅନୁଯାୟୀ କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ପର୍ଶହୀନ ଏଟିଏମ୍‌ ମେସିନ୍‌ର ପରୀକ୍ଷା ସଫଳତାର ସହ କରାଯାଇଛି। ଏହି ମେସିନ୍‌ର ନାଁ କଣ୍ଟାକ୍ଟଲେସ୍‌ ଏଟିଏମ୍‌ ମେସିନ୍‌।

ବ୍ୟାଙ୍କଗୁଡିକରେ ଏହି କଣ୍ଟାକ୍ଟଲେସ୍‌ ଏଟିଏମ୍‌ ମେସିନ୍‌କୁ ପରୀକ୍ଷା କରାଯାଉଛି। ଏହି ସ୍ପର୍ଶହୀନ ଟେକ୍ନୋଲୋଜି ମେସିନ୍‌ ମୋବାଇଲ୍‌ ଆପ୍‌ ମାଧ୍ୟମରେ କାମ କରିଥାଏ। ଏଥିପାଇଁ ଗ୍ରାହକଙ୍କୁ ଏଟିଏମ୍‌ ସ୍କ୍ରିନ୍‌ରେ ଦେଖାଯାଉଥିବା QR(କୋଡ୍‌)କୁ ସ୍କାନ୍‌ କରିବାକୁ ପଡିଥାଏ। ଏହାପରେ ସ୍କ୍ରିନ୍‌ରେ ବ୍ୟାଙ୍କର ମୋବାଇଲ୍‌ ଆପ୍‌ରେ ଦିଆଯାଇଥିବା ନିର୍ଦ୍ଦେଶଗୁଡିକୁ ଅନୁସରଣ କରିବାକୁ ପଡିବ। ସ୍ପର୍ଶହୀନ ଓ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଆମାଉଣ୍ଟ ଲେଖିବା ପରେ mPIN ନମ୍ୱରକୁ ଏଣ୍ଟର କରିବାକୁ ପଡିଥାଏ।

Advertisment

କମ୍ପାନୀ ପକ୍ଷରୁ କୁହାଯାଇଛି, QR କୋଡ୍ ଫିଚର ସାହାଯ୍ୟରେ କ୍ୟାସ୍‌ ବାହାର କରିବାକୁ ଖୁବ୍‌ କମ୍‌ ସମୟ ଲାଗିଥାଏ। ଏହା ମଧ୍ୟ ସୁରକ୍ଷିତ ହୋଇଥାଏ। ଏହି ଟେକ୍ନୋଲୋଜି କେବଳ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ସହିତ ଏଟିଏମ୍‌ର ପିନ୍‌ ଓ କାର୍ଡ ସ୍କିମିଂର ଜାଲିଆତିରୁ ମଧ୍ୟ ସୁରକ୍ଷା ଦେଇଥାଏ।

ଏହି ଟେକ୍ନୋଲୋଜିକୁ ଦେଶର ସମସ୍ତ ବ୍ୟାଙ୍କଗୁଡିକ ସହଜରେ ନେଇପାରବେ। ଏଥିପାଇଁ ବ୍ୟାଙ୍କଗୁଡିକୁ ଏଟିଏମ୍‌ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ। ବ୍ୟାଙ୍କଗୁଡିକ କିଛି ସଫ୍ଟୱେର୍‌କୁ ଅପଡେଟ୍‌ କରିବାକୁ ପଡିବ। କମ୍ପାନୀ ଏପର୍ଯ୍ୟନ୍ତ ସାରା ଦେଶରେ ୭୨୦୦୦ର ଏଟିଏମ୍‌କୁ ନେଟୱାର୍କ ସଂସ୍ଥାପନ, ​​ରକ୍ଷଣାବେକ୍ଷଣ ଏବଂ ପରିଚାଳନା କରିଛି।

Advertisment
Advertisment