kashmir-encounter
ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲା ପାକିସ୍ତାନ । ଜାମ୍ମୁ କାଶ୍ମୀରରେ ନାଗ୍ରୋଟାରେ ୪ ଆତଙ୍କବାଦୀ ନିପାତ ହେବା ଓ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ପରେ ଏହି ଷଡ଼ଯନ୍ତ୍ରର ସୁରାକ ପାଇଛି ଭାରତ। ଏହି ଘଟଣାକୁ ଗୁରୁତର ସହ ବିଚାର କରୁଛନ୍ତି ସରକାର ।
ଏନେଇ ଆଜି ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନ ମାଟିରୁ ଭାରତ ବିରୋଧରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରିହବାକୁ ଭାରତ ଦୃଢ ଦାବି କରିଛି । ଗତକାଲି ପ୍ରଧାନମନ୍ତ୍ରୀ ଘଟଣାର ସମୀକ୍ଷା କରିଥିଲେ।
ସେପଟେ ରାଜୈରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି । ଅସ୍ତ୍ର ବିରତି ଉଲ୍ଲଂଘନ ଯୋଗୁ ସେନାର ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନ ହେଲେ ହାବିଲଦାର ପାଟିଲ ସଂଗ୍ରାମ ଶିବାଜୀ ।
ଅନ୍ୟପଟେ ଆଜି ଜୈସ ,ସଂଗଠନର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଜାମ୍ମୁ କାଶ୍ମୀର ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kashmir-encounter_1625093372.jpg)