Advertisment

ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍‌ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ […]

author-image
Mihir Pattnayak
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ab

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍‌ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ କାନ୍ଧରେ ଲଗାଯିବ । ମିଗ୍-୨୧ରୁ ଆର-୭୩ ମିଶାଇଲ୍ ଦ୍ୱାରା F-16 ବିମାନ ଖସାଇ ଯେଉଁ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ବର୍ତ୍ତମାନ, ତାହାକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି  ପଦକ୍ଷେପ ନିଆଯାଇଛି ବୋଲି ବାୟୁସେନା ଜଣେ ଅଧିକାରୀ କହିଛନ୍ତି। ସେହିପରି ଅଭିନନ୍ଦନଙ୍କ ବୀରତ୍ୱର ଗାଥା ଏବେ ରାଜସ୍ଥାନ ରାଜ୍ୟର ପାଠ୍ୟକ୍ରମରେ ସାମିଲ ହୋଇଛି। ନବମ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ଅଭିନନ୍ଦନଙ୍କ ସଫଳତା ସମ୍ପର୍କରେ ରାଷ୍ଟ୍ରୀୟ ସୁରକ୍ଷା ଏବଂ ସୌର୍ଯ୍ୟ ପରମ୍ପରା ନାଁରେ ଏକ ଅଧ୍ୟାୟ ସାମିଲ କରାଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ଏହା ପଢ଼ାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
Left Top
Advertisment
Advertisment