Advertisment

ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, 'ୟୁନିଫର୍ମର ସମ୍ମାନ ବଜାୟ ରଖ'

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ […]

author-image
Ranjeet Kumar Jena
ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, 'ୟୁନିଫର୍ମର ସମ୍ମାନ ବଜାୟ ରଖ'

modi

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ।

Advertisment

ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ ଥିବା ସଂଘର୍ଷ ଓ କର୍ତ୍ତବ୍ୟକୁ ବୁଝାଇଛନ୍ତି ମୋଦି। ପୋଲିସ୍ ଅଧିକାରୀ ଭାବେ ଲୋକଙ୍କ ସହ ରହିବା, ତାଙ୍କ ପାଇଁ କାମ କରିବା ଏହା ମୂଳ ଲକ୍ଷ୍ୟ ହେବା ଆବଶ୍ୟକ। ପୋଲିସ୍ ଅଧିକାରୀ ଭାବେ କାମ କଲା ବେଳେ ନିଜକୁ ଫିଟ୍ ରଖିବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଯୋଗ ଓ ପ୍ରାଣାୟାମକୁ ଗୁରୁତ୍ୱ ଦେଇଛନ୍ତି। କରୋନା ମୁକାବିଲା ବେଳେ ପୋଲିସ୍ ଅଧିକାରୀଙ୍କ କାର୍ଯ୍ୟ ଉଲ୍ଲେଖନୀୟ ବୋଲି କହିଛନ୍ତି ମୋଦି।

ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଆଇପିଏସ୍ ଅଫିସରଙ୍କୁ 'ସିଙ୍ଘମ' ଭଳି ନହେବାକୁ କହିଛନ୍ତି। ମୋଦି କହିଛନ୍ତି, କିଛି ଯୁବ ଅଫିସର୍ ଯେତେବେଳେ ପ୍ରଥମେ ଡ୍ୟୁଟିରେ ଯୋଗ ଦିଅନ୍ତି, ସେମାନେ ନିଜର ପରାକ୍ରମ ଦେଖାଇବାକୁ ପ୍ରୟାସ କରନ୍ତି, ଯାହାଦ୍ୱାରା ଲୋକମାନଙ୍କ ଭିତରେ ତାଙ୍କପ୍ରତି ଭୟ ରହିବ। କିନ୍ତୁ ଏହା କରିବା ବଦଳରେ ଅଫିସରମାନେ ନିଜର ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଦରକାର ବୋଲି ମୋଦି କହିଛନ୍ତି।

Advertisment
Advertisment
Advertisment