Advertisment

କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ବେଜିଂ: ପୁଣି ମପା ହେବ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା। ୨୦୧୫ ମସିହାରେ ଭୂକମ୍ପ ଯୋଗୁ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରି ମାପିବାକୁ ନେପାଳ ଓ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେଠାରୁ ଆରମ୍ଭ ହେବ ମାପ କାମ, ଏନେଇ ଖୁବଶୀଘ୍ର ଚୀନ ଏବଂ ନେପାଳ ସରକାର ଘୋଷଣା କରିବେ। ୧୯୫୪ ମସିହାରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଥିଲା।  […]

କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

mount

Advertisment

ବେଜିଂ: ପୁଣି ମପା ହେବ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା। ୨୦୧୫ ମସିହାରେ ଭୂକମ୍ପ ଯୋଗୁ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରି ମାପିବାକୁ ନେପାଳ ଓ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେଠାରୁ ଆରମ୍ଭ ହେବ ମାପ କାମ, ଏନେଇ ଖୁବଶୀଘ୍ର ଚୀନ ଏବଂ ନେପାଳ ସରକାର ଘୋଷଣା କରିବେ।

Advertisment

୧୯୫୪ ମସିହାରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଥିଲା।  ହେଲେ ୧୯୭୫ମସିହାରେ ଚୀନ ପକ୍ଷରୁ ହୋଇଥିବା ସର୍ଭେର ଏହାର ଉଚ୍ଚତା ମଧ୍ୟ ୮ ହଜାର ୮୪୮ମିଟର ରହିଥିଲା ।

ପୁଣି ୨୦୦୫ମସିହାରେ ଏକ ସର୍ଭେ ଅନୁଯାୟୀ, ଏଭରେଷ୍ଟର ଉଚ୍ଚତା ୮ ହଜାର ୮୪୪.୪୩ ମିଟର ଥିବା ବେଳେ ଏହା ଉପରେ ଜମି ରହୁଥିବା ବରଫର ଉଚ୍ଚତା ୩.୫ ମିଟର ରହିଥିଲା।  ଆଉ ଏକ ମିଟର ଅଜଣା ବସ୍ତୁ ଥିବା ଜଣାପଡିଥିବା ସେତେବେଳେ ରିପୋର୍ଟରେ କୁହାଯାଇଥିଲା।

Advertisment

ନେପାଳ ମିଡିଆ ଗୁରୁବାର ଏହି ଖବର ପ୍ରକାଶ କରିବା ସହ ଏଥିପାଇଁ ଚାଇନା ଗୃହମନ୍ତ୍ରୀ କାଠମାଣ୍ଡୁ ଆସୁଥିବା କହିଛନ୍ତି। ଏହି ଦୁଇ ଦେଶ ମିଳିତ ଭାବେ ଏଭରେଷ୍ଟ ପର୍ବତର ମାପୁଚପ କରିବେ ଓ ଏହାର ପ୍ରକୃତ ଉଚ୍ଚତା ସମସ୍ତଙ୍କୁ ଜଣାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ