Advertisment

ବିହାରରେ ସବୁ ଆସନରେ ଏନ୍‌ଡିଏ ଦେଲା ପ୍ରାର୍ଥୀ, ଶତୃଘ୍ନଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ବିହାର ଲୋକସଭା ନିର୍ବାଚନ ପାଇଁ ଏନ୍‌ଡିଏ ପୂରା ୪୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ଏବଂ ଏଲ୍‌ଜିପି ୬ଟି ଆସନରେ ପ୍ରାର୍ଥୀ ଦେବ। ବିହାର ବିଜେପି ମୁଖ୍ୟ ଭୂପିନ୍ଦ୍ର ଯାଦବ ଆଜି ପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କୁ ଏଥର ଟିକଟ ମିଳି ନାହିଁ। ସେ ଲଢୁଥିବା ଆସନ ପାଟଣା ସାହିବରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ […]

author-image
Sangita Sahu
ବିହାରରେ ସବୁ ଆସନରେ ଏନ୍‌ଡିଏ ଦେଲା ପ୍ରାର୍ଥୀ, ଶତୃଘ୍ନଙ୍କ ନାଁ ନାହିଁ

shatrughan

ନୂଆଦିଲ୍ଲୀ: ବିହାର ଲୋକସଭା ନିର୍ବାଚନ ପାଇଁ ଏନ୍‌ଡିଏ ପୂରା ୪୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ଏବଂ ଏଲ୍‌ଜିପି ୬ଟି ଆସନରେ ପ୍ରାର୍ଥୀ ଦେବ।

Advertisment

ବିହାର ବିଜେପି ମୁଖ୍ୟ ଭୂପିନ୍ଦ୍ର ଯାଦବ ଆଜି ପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କୁ ଏଥର ଟିକଟ ମିଳି ନାହିଁ। ସେ ଲଢୁଥିବା ଆସନ ପାଟଣା ସାହିବରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୨୦୧୪ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବାରୁ ସେହି ଦିନଟାରୁ ମୋଦି ସରକାରକୁ ସମାଲୋଚନା କରିଆସୁଛନ୍ତି ଶତ୍ରୁଘ୍ନ।

ଚର୍ଚ୍ଚା ହେଉଛି, ଶତ୍ରୁଘ୍ନ ସିହ୍ନା କଂଗ୍ରେସର ହାତ ଧରି ପାରନ୍ତି। ଆଗରୁ ମଧ୍ୟ ସେ ଏ ନେଇ ସଂକେତ ଦେଇଥିଲେ। ଟିକଟ ମିଳୁ ନ ମିଳୁ ନିର୍ବାଚନ ଲଢ଼ିବେ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ।

Advertisment

ସେପଟେ ବେଗୁସରାଇରୁ ଗିରିରାଜ ସିଂହ, ନଓ୍ୱଡାରୁ ଏଲଜେପି ନେତା ଚନ୍ଦନ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଏଲଜେପି ମୁଖ୍ୟ ରାମବିଳାସ ପାଶଓ୍ୱାନଙ୍କ ପୁଅ ଚିରାଗ ପାଶଓ୍ୱାନ ଜମୁଇରୁ ନିର୍ବାଚନ ଲଢ଼ିବେ। ପାଟଳୀପୁତ୍ରରୁ ରାମକ୍ରିପାଲ ଯାଦବ, ଆରାରୁ ଆର୍‌କେ ସିଂହ, ବକ୍ସାରରୁ ଅଶ୍ୱିନୀ ଚୌବେ, ପୂର୍ବ ଚମ୍ପାରଣରୁ ରାଧା ମୋହନ ସିଂହ ଏବଂ ସାରନରୁ ରାଜୀବ ପ୍ରତାପ ରୁଡ୍ଡି ବିଜେପି ଟିକଟରୁ ନିର୍ବାଚନ ଲଢ଼ିବେ।

Advertisment
Advertisment