Advertisment

ପୁଣି ବିବାଦରେ ନଭଜୋତ୍‌ ସିଂହ ସିଦ୍ଧୁ

ଅମୃତସର: ପୁଣି ଥରେ ବିବାଦରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ୍‌ ସିଂହ ସିଦ୍ଧୁ। ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବା ବେଳେ ସିଦ୍ଧୁ ଏବେ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ନେଇ ସିଦ୍ଧୁ ବିବାଦ ଘେରକୁ ଆସିଛନ୍ତି। ଏପରିକି ସିଦ୍ଧୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ ଦାବି କରିଛନ୍ତି। କରତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଗତକାଲି ସିଦ୍ଧୁ ପାକିସ୍ତାନ ଗସ୍ତ […]

author-image
Rosalin Rath
ପୁଣି ବିବାଦରେ ନଭଜୋତ୍‌ ସିଂହ ସିଦ୍ଧୁ

sidhu

ଅମୃତସର: ପୁଣି ଥରେ ବିବାଦରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ୍‌ ସିଂହ ସିଦ୍ଧୁ। ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବା ବେଳେ ସିଦ୍ଧୁ ଏବେ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।

Advertisment

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ନେଇ ସିଦ୍ଧୁ ବିବାଦ ଘେରକୁ ଆସିଛନ୍ତି। ଏପରିକି ସିଦ୍ଧୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ ଦାବି କରିଛନ୍ତି। କରତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଗତକାଲି ସିଦ୍ଧୁ ପାକିସ୍ତାନ ଗସ୍ତ କରିଥିଲେ।

publive-image
ଶିଳାନ୍ୟାସ କାର୍ଯ୍ୟକ୍ରମରେ ଖାଲିସ୍ତାନ ଆତଙ୍କବାଦୀ ଗୋପାଲ ସିଂହ ଚାୱଲାଙ୍କ ସହ ଫଟୋ ଉଠାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଅକାଳି ଦଳ ନେତା ମନଜିନ୍ଦର ସିଂହ ସିର୍ସା, ସିଦ୍ଧୁ ଓ ଖଲିସ୍ତାନ ଆତଙ୍କବାଦୀଙ୍କ ଫଟୋ ଟ୍ୱିଟରରେ ସେୟାର କରିବା ସହ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି। ଗୋଟିଏ ପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାକିସ୍ତାନର ନା ପାକ୍ ହରକତକୁ ନିନ୍ଦା କରି ପାକିସ୍ତାନ ଯାଇନଥିବା ବେଳେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତ ଏବଂ ଏଭଳି ଫଟୋ ଉଠାଇବାକୁ ନେଇ ବିଭିନ୍ନ ଆଡୁ ତୀବ୍ର ସମାଲୋଚନା ହୋଇଛି। ବିଜେପି ମଧ୍ୟ ଏହାକୁ କଡ଼ା ସମାଲୋଚନା କରିଛି।

Advertisment
Advertisment
Advertisment