rohit
ନୂଆଦିଲ୍ଲୀ: ଜାତୀୟ ଖେଳ ଦିବସ ଅବସରରେ କ୍ରୀଡ଼ା ଜଗତରେ ଦେଶ ପାଇଁ ଗୌରବ ଆଣିଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ସବୁଠାରୁ ବଡ଼ କଥା ହେଲା ଦେଶରେ ପ୍ରଥମଥର ପାଇଁ ଖେଳାଳିମାନଙ୍କୁ ବିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏଥିପାଇଁ ଅନ୍ଲାଇନ୍ରେ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଖେଳାଳିମାନେ ବିଭିନ୍ନ ସ୍ଥାନରୁ ଏଥିରେ ଯୋଗ ଦେଇଥିଲେ।
ଏହି ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଆଜି ଖେଳାଳିମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନ ଚାନ୍ଦ ପୁରସ୍କାର, ତେଜିଂ ନରଗେ ନ୍ୟାସ୍ନାଲ୍ ଅଡ୍ଭେଞ୍ଚର ପୁରସ୍କାର ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଆଦି ପ୍ରଦାନ କରିଥିଲେ।
ଜାତୀୟ କ୍ରୀଡ଼ା ପ୍ରାଧିକରଣ ଦ୍ୱାରା ଚୟନ କରାଯାଇଥିବା ୯ ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ଖେଳାଳିମାନେ ରାଷ୍ଟ୍ରପତି ଭବନରୁ ହୋଇଥିବା ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ। ଏହାପରେ ଏହିସବୁ ସମ୍ମାନ ପାଇଁ ବିଭିନ୍ନ ବର୍ଗରୁ ଚୟନ ହୋଇଥିବା ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି।। ସମ୍ମାନିତ କରିବା ସହିତ ଦେଶକୁ ଗୌରବାନ୍ନିତ କରିଥିବାରୁ ଖେଳାଳିମାନଙ୍କୁ ପ୍ରସଂଶା କରିଥିଲେ ରାଷ୍ଟ୍ରପତି।
ଏବେ ଆସନ୍ତୁ ଜାଣିବା କିଏ କେଉଁ ସମ୍ମାନରେ ସମ୍ମାନିତ ହେଲେ।
ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର
୧. ରୋହିତ ଶର୍ମା (କ୍ରିକେଟ୍)
୨. ମରିୟପ୍ପାନ ଟି. (ପାରା ଆଥ୍ଲେଟିଂକ୍ସ)
୩. ମନିକା ବାତ୍ରା (ଟେବଲ ଟେନିସ)
୪. ଭିନେଶ ଫୋଗାଟ(ରେସଲିଂ)
୫. ରାନୀ ରାମପାଲ (ହକି)
ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଲାଇଫ୍ ଟାଇମ୍ କ୍ୟାଟେଗୋରୀରେ)
୧. ଧର୍ମେନ୍ଦ୍ର ତିୱାରୀ (ଆର୍ଚେରୀ)
୨.ପୁରୁଷୋତ୍ତମ ରାୟ (ଅଥଲେଟିକ୍ସ)
୩. ଶିବ ସିଂହ (ବକ୍ସିଂ)
୪. ରୋମେଶ ପଠାନିଆ (ହକି)
୫. କ୍ରିଷନ କୁମାର ହୁଡ୍ଡା (କବାଡି)
୬. ବିଜୟ ବାଲଚନ୍ଦ୍ର ମୁନିଶ୍ୱର ( ପାରା ପାୱାର ଲିଫ୍ଟିଂ )
୭. ନରେଶ କୁମାର ( ଟେନ୍ନିସ)
୮. ଓମ ପ୍ରକାଶ ଦହିୟା (ରେସଲିଂ)
ରେଗୁଲାର କ୍ୟାଟେଗୋରୀରେ
୧. ଜୁଡେ ପେଲିକ୍ସ ସେବାଷ୍ଟିନ (ହକି)
୨ଯୋଗେଶ ମାଲ୍ଭିୟା (ମଲ୍ଲାଖମ୍ବ)
୩. ଜସପାଲ ରାଣା ( ଶୁଟିଂ)
୪. କୁଲଦୀପ କୁମାର ହାଣ୍ଡୋ (ୱୁଶୁ)
୫. ଗୌରବ ଖାନ୍ନା (ପାରା ବ୍ୟାଡମିଣ୍ଟନ)
ଅର୍ଜୁନ ପୁରସ୍କାର
୧. ଅତନୁ ଦାସ (ଆର୍ଚେରୀ)
୨. ଦୁତୀ ଚାନ୍ଦ (ଆଥଲେଟିକ୍ସ)
୩. ସ୍ୱାସ୍ତିକ ସାଇରାଜ ରନକିରେଡ୍ଡୀ (ବ୍ୟାଡମିଣ୍ଟନ)
୪. ଚିରାଗ ଚନ୍ଦ୍ରଶେଖର ଶେଟ୍ଟୀ (ବ୍ୟାଡମିଣ୍ଟନ)
୫. ବିକାଶ ଭ୍ରୁଗୁବଂଶି (ବାସ୍କେଟ୍ବଲ୍)
୬. ମନିଶ କୌଶିକ (ବକ୍ସିଂ)
୭. ଲଭ୍ଲିନା ବୋରଗୋହାଇନ (ବକ୍ସିଂ)
୮. ଇଶାନ୍ତ ଶର୍ମା (କ୍ରିକେଟ)
୯. ଦୀପ୍ତି ଶର୍ମା (କ୍ରିକେଟ)
୧୦. ସାୱାନ୍ତ ଅଜୟ ଅନନ୍ତ (ଇକ୍ୱିଷ୍ଟ୍ରିଆନ)
୧୧. ସନ୍ଦେଶ ଝିନଗନ (ଫୁଟବଲ)
୧୨.ଅଦିତି ଅଶୋକ (ଗଲ୍ଫ)
୧୩. ଆକାଶଦୀପ ସିଂହ (ହକି)
୧୪. ଦୀପିକା (ହକି)
୧୫. ଦୀପକ (କବାଡି)
୧୬. କାଲେ ସରିକା ସୁଧାକର (ଖୋ ଖୋ)
୧୭. ଦତ୍ତୁ ଭବନ ଭୋକନାଲ (ରୋଇଂ)
୧୮. ମନୁ ଭାକେର (ଶୁଟିଂ)
୧୯. ସୌରଭ ଚୌଧୁରୀ (ଶୁଟିଂ)
୨୦. ମଧୁରିକା ସୁହାସ ପଟକର (ଟାବ୍ଲି ଟେନ୍ନିସ)
୨୧. ଦିଭଜୀ ଶରନ (ଟେନ୍ନିସ)
୨୨. ଶିବ କେଶବନ (ୱିଣ୍ଟର ସ୍ପୋର୍ଟସ)
୨୩. ଦିବ୍ୟା କକ୍ରନ (ରେସଲିଂ)
୨୪. ରାହୁଲ ଆୱାରେ ( ରେସଲିଂ)
୨୫. ସୁୟାଶ ନାରାୟଣ ଯାଦବ (ପାରା ସୁଇମିଂ)
୨୬. ସନ୍ଦୀପ (ପାରା ଅଥ୍ଲେଟିଂକ୍ସ)
୨୭. ମନିଶ ନରୱାଲ (ପାରା ଶୁଟିଂ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rohit-3_1625380863.jpg)