Arvind
ମହାରାଷ୍ଟ୍ର: କରୋନା ଭ୍ୟାକ୍ସିନ ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏଭଳି ଘଟଣା ଘଟିଥିବା ଜଣେ ବୃଦ୍ଧ ଦାବି କରିଛନ୍ତି । ମହାରାଷ୍ଟ୍ରର ଏହି ବୃଦ୍ଧ ଜଣକ ଦାବି କରିଛନ୍ତି ଯେ, କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଜନ୍ମ ନେଇଛି । ତାଙ୍କ କହିବାନୁଯାୟୀ ଯେବେଠାରୂ ସେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି, ସେବେଠାରୁ ତାଙ୍କ ଶରୀରରେ ଷ୍ଟିଲ ବାସନ ଲାଖି ରହୁଛି । ସୋସିଆଲ ମିଡିଆରେ ଏହି ବୃଦ୍ଧ ଜଣଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରୁ ମଧ୍ୟ ସ୍ପଷ୍ଟ ଯେ, ତାଙ୍କ ଶରୀରରେ ଷ୍ଟିଲ ବାସନ ଲାଖି ରହୁଛି । ଏହି ଅଜବ ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ବିଶେଷଜ୍ଞ ମଧ୍ୟ ଏହାର ସତ୍ୟତା ପାଇଁ ପରୀକ୍ଷା ନିରିକ୍ଷା କରିବାର ଲାଗିପଡ଼ିଛନ୍ତି ।
ନାଶିକର ଅରବିନ୍ଦ ଜଗନ୍ନାଥ ସୋନାର (୭୧) କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି । ବୃଦ୍ଧ ଅରବିନ୍ଦ ଦାବି କରିଛନ୍ତି ଯେ ସେ କରୋନା ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିବା ଦିନଠାରୁ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଜନ୍ମ ନେଇଛି । ନାଶିକର ଶିବାଜୀ ଚୌକରେ ରହୁଥିବା ଅରବିନ୍ଦ ଜଗନ୍ନାଥ, ନିଜ ଦାବିକୁ ସତ ବୋଲି ପ୍ରମାଣ କରିବା ପାଇଁ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଚାମଚ, ଛୋଟ ଥାଳି ଏବଂ ଘରର ବାସନଗୁଡିକ ଅରବିନ୍ଦଙ୍କ ଶରୀରରେ ଲାଗିଥିବା ଦେଖାଯାଉଛି ।
ଅରବିନ୍ଦ ଜଗନ୍ନାଥ କହିଛନ୍ତି ଯେ ଯେତେବେଳେ ଏହା ପ୍ରଥମ ଥର ଘଟିଲା, ସେତେବେଳେ ସେ ଭାବିଥିଲେ ଯେ ଏହା କେବଳ ଦେହର ଝାଳ ଯୋଗୁଁ ହେଉଛି । ଝାଳରେ ହିଁ ଷ୍ଟିଲ ବାସନ ଗୁଡ଼ିକ ଲାଗି ରହୁଛି । ଏହା ପରେ ସେ ଗାଧୋଇ ପିଡ଼ିଲେ । କିନ୍ତୁ ଯେତେବେଳେ ସେ ପୁଣି ଥରେ ଶରୀର ଉପରେ ସେହି ଷ୍ଟିଲ ବାସନ ରଖିଲେ ସେତେବେଳେ ମଧ୍ୟ ଲାଖିଲା ।
ଡାକ୍ତର ବି ଦେଖି ଆଶ୍ଚର୍ଯ୍ୟ
ଅରବିନ୍ଦ ଜଗନ୍ନାଥ ଦାବି କରିଛନ୍ତି ଯେ, କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ହିଁ ତାଙ୍କଠାରେ ଏହି ପରିବର୍ତ୍ତନ ଆସିଛି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପାଇଁ ଏହା ରହସ୍ୟ ପାଲଟିଯାଇଛି । ଅନ୍ୟପଟେ ଡାକ୍ତର ଆଶୋକ ଥୋରାତ ଏହାକୁ ଏକ ଅନୁସନ୍ଧାନର ବିଷୟ ବୋଲି କହିଛନ୍ତି । ଅରବିନ୍ଦ ଜଗନ୍ନାଥଙ୍କ ଶରୀରରେ ଷ୍ଟିଲ କାହିଁକି ଲାଗି ରହୁଛି, ସେ ବିଷୟରେ ଏବେ କିଛି କହି ହେବ ନାହିଁ । ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ଘଟଣାର ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାଖଲ ହେବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେକୌଣସି ସିଦ୍ଧାନ୍ତରେ ପହଞ୍ଚି ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-14_1623406317.jpg)