modi
ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେବ। ପୂର୍ବରୁ ୫ ତାରିଖରେ ଫିଲ୍ମର ରିଲିଜ୍ କରାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମର ରିଲିଜ୍ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ ହୋଇଥିଲା। ଏସମ୍ପର୍କିତ ମାମଲାର ଶୁଣାଣି ଏପ୍ରିଲ ୮ରେ ହେବ। ତେବେ ଶୁଣାଣି ପୂର୍ବରୁ ଫିଲ୍ମ ନିର୍ମାତା ପୁଣି ଥରେ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।
ପୂର୍ବରୁ ରିଲିଜ ତାରିଖକୁ ନେଇ କଂଗ୍ରେସ ଓ ଅନ୍ୟ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଯାଇଥିଲା। ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ୍ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହାକୁ ଘୁଞ୍ଚାଇବା ପାଇଁ ସେମାନେ ଦାବି କରିଥିଲେ। ଏହି ଫିଲ୍ମକୁ ରିଲିଜ କରାଇ ନଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ତେବେ ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ରିଲିଜ୍କୁ ଗ୍ରୀନ ସିଗନାଲ ମିଳିଥିଲା।
ଏହି ମାମଲା ଇସିଙ୍କ ପାଖକୁ ବି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ନିର୍ମାଣ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଥିଲେ ମଧ୍ୟ ଏହାର ରିଲିଜ୍ ତାରିଖ ବଦଳାଇ ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-1234-1_1626760101.jpg)