/odishatv-khabar/media/post_attachments/uploadimage/library/16_9/16_9_0/modi-5_1626342309.jpg)
modi
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି।
Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ଡିଏମକେକୁ ଭର୍ସନା କରିବା ସହ ମଜବୁର ନୁହେଁ ମଜଭୂତ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ସେ ଅପିଲ୍ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)