Advertisment

ପାଣିରେ ବୁଡ଼ିଛି ବିହାରର ସୁଶାସନ

ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ ମେଡିକାଲ କଲେଜ ରହିଛି। ଲଗାଣ ବର୍ଷାରେ ଯୋଗୁ ନାଳନ୍ଦାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା। ମେଡିକାଲ ବାହାରର ଦୃଶ୍ୟ ଯେମିତି, ତାଠୁ ମେଡିକାଲ ଭିତରର ଦୃଶ୍ୟ ଆହୁରି ସାଂଘାତିକ। […]

author-image
Otv Khabar Bureau
ପାଣିରେ ବୁଡ଼ିଛି ବିହାରର ସୁଶାସନ

vlcsnap-error375

ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ ମେଡିକାଲ କଲେଜ ରହିଛି। ଲଗାଣ ବର୍ଷାରେ ଯୋଗୁ ନାଳନ୍ଦାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା।

Advertisment

ମେଡିକାଲ ବାହାରର ଦୃଶ୍ୟ ଯେମିତି, ତାଠୁ ମେଡିକାଲ ଭିତରର ଦୃଶ୍ୟ ଆହୁରି ସାଂଘାତିକ। ୭୫୦ ବେଡ୍ ବିଶିଷ୍ଟ ମେଡିକାଲରେ ଏଭିଳି ଅବସ୍ଥା ନୀତିଶ କୁମାରଙ୍କ ତଥାକଥିତ ସୁଶାସନକୁ ପଦାରେ ପକାଇଛି।

ବେଡ୍ ଓ ଷ୍ଟ୍ରେଚରରେ ରୋଗୀ ଶୋଇଛନ୍ତି, ତା’ରି ତଳେ ଆଣ୍ଠୁଏ ପାଣି ଦେଖିବାକୁ ମିଳଛି। ସେହି ପାଣି ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ରୋଗୀ। ଆଇସିୟୁ ଅବସ୍ଥା ନକହିବା ଭଲ।  ଆଇସିୟୁ ନିଜେ ଆଇସିୟୁରେ ପଡ଼ିଛି। ସେପଟେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ପାଣି ନିଷ୍କାସନ ପାଇଁ ପ୍ରଚେଷ୍ଟା ଜାରି ରହିଛି। ଏଥିପାଇଁ ପମ୍ପ ମଧ୍ୟ ଲଗାଯାଇଛି।

Advertisment

ବିହାରରେ ଲଗାଣ ବର୍ଷା ଫଳରେ ଏହି ଅବସ୍ଥା। ବର୍ଷା ତ ହେବ, ତା ଉପରେ କାହାରି ନିୟନ୍ତ୍ରଣ ନାହିଁ। କିନ୍ତୁ ତା ବୋଲି ରାଜଧାନୀର ଏକ ମେଡିକାଲ କଲେଜ ଯେ, ବର୍ଷା ପାଣିରେ ଭାସିବ, ତାକୁ ଗ୍ରହଣ କରି ହେଉ ନାହିଁ।  ନିଶ୍ଚିତ ଭାବେ ଏହା ବିହାର ସରକାରଙ୍କ ସୁଶାସନ ଉପରେ ଲଗାଇଛି ପ୍ରଶ୍ନଚିହ୍ନ।

Advertisment
Advertisment