Advertisment

ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]

author-image
Mahasweta Baral
ଅଦ୍ୟତନ ହୋଇଛି
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

modi

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

varanasi3_073120033008.jpg

ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ନିଆରା ଢଙ୍ଗରେ ଧନ୍ୟବାଦ ଦେଇଛନ୍ତି। କାରଣ ଆଜିକା ଦିନରେ ମୋଦି ସରକାର ମୁସଲିମ୍ ମହିଳାମାନଙ୍କ ପାଇଁ ଆଇନ ପ୍ରଣୟନ କରିଥିଲେ। ସେମାନଙ୍କ ପାଇଁ ଟ୍ରିପଲ୍ ତଲାକ୍ ଭଳି ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।

ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାରେ ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା। ଏହି ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ। ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ ଶହ ଶହ ବର୍ଷ ଧରି ଚାଲିଥିବା ନିୟମରେ ସୁଧାର ଆସିଥିଲା।

Advertisment

varanasi_073120032929.jpg

ରାକ୍ଷୀବନ୍ଧନ ଅବସରରେ ମୁସଲମାନ ମହିଳାମାନେ ‘ଭେୟା ମେରେ ରାକ୍ଷୀକି ବନ୍ଧନକୁ ନିଭାନା’ ଭଳି ଗୀତ ଗାଇ ମୋଦିଙ୍କ ଫଟୋରେ ରାକ୍ଷୀ ବାନ୍ଧିଥିଲେ। ପରେ ପ୍ରତୀକାତ୍ମକ ମିଠା ମଧ୍ୟ ମୋଦିଙ୍କୁ ଖୁଆଇ ତାଙ୍କୁ ଧନ୍ୟବାଦ ଦେଇଥିଲେ।

ଆଲିମୁନିସା ନାମକ ଜଣେ ମୁସଲିମ୍ ମହିଳା କହିଛନ୍ତି ଯେ ତିନି ତଲାକ ଉପରେ ଆଇନ୍ ଆଣି ପିଏମ୍‌ ମୋଦି ବହୁତ ଭଲ କାମ କରିଛନ୍ତି। ଏନେଇ ବାରଣାସୀର ମୁସଲମାନ ଭଉଣୀମାନେ ତାଙ୍କୁ ରାକ୍ଷୀ ବାନ୍ଧି ଧନ୍ୟବାଦ ଜଣାଇଛନ୍ତି।

varanasi2_073120032949.jpg

ଏଥିସହ ଅନ୍ୟ ଜଣେ ମୁସଲିମ୍ ମହିଳା ସୀମା ବାନୋ କହିଛନ୍ତି ଯେ ମୁଁ ପିଏମ ମୋଦୀଙ୍କୁ ମୋ ଭାଇ ବୋଲି ଭାବୁଛି। ଏନେଇ ଆମେ ସମସ୍ତେ ରାକ୍ଷୀ ବାନ୍ଧି ତାଙ୍କୁ ମିଠା ମଧ୍ୟ ଖୁଆଇଛୁ।

Advertisment
Advertisment