Advertisment

ସାରା ବିଶ୍ୱର ଟପ୍ ଧନୀ ତାଲିକାରେ ମୁକେଶ ଅମ୍ବାନୀ

ସାରା ବିଶ୍ୱର ଟପ୍ ଧନୀ ତାଲିକାରେ ମୁକେଶ ଅମ୍ବାନୀ

mukesh

Advertisment

ନୂଆଦିଲ୍ଲୀ: କରୋନାଭାଇରସ୍ ଓ ଲକଡାଉନ୍ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। କିନ୍ତୁ ଏହାର ପ୍ରଭାବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ପଡ଼ିନାହିଁ। ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅମ୍ବାନୀ ଶୁକ୍ରବାର ବିଶ୍ୱର ଏକାଦଶ ଧନୀ ବ୍ୟକ୍ତି ହୋଇଛନ୍ତି।

Advertisment

ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ ପ୍ରଥମଥର ୬୦ ବିଲିୟନ୍ ଡଲାର୍ ଅତିକ୍ରମ କରିଛି, ଯାହାକି ଭାରତୀୟ ମୂଲ୍ୟ ଅନୁସାରେ ୪ଲକ୍ଷ ୫୮ହଜାର କୋଟି ଟଙ୍କା ହେବ। ଏହାସହ ମୁକେଶ ଅମ୍ବାନୀ ସ୍ପାନିଶ୍ ଫ୍ୟାଶନ୍ ରିଟେଲ୍ ଚେନ୍ ଜାରାର ଫାଉଣ୍ଡର ଓ ପୂର୍ବତନ ଚେୟରମ୍ୟାନ୍ ଆମାନିକୋ ଓର୍ଟେଗାଙ୍କୁ ପଛରେ ପକାଇଛନ୍ତି। ଓର୍ଟେଗାଙ୍କ ବର୍ତ୍ତମାନ ସମ୍ପତ୍ତି ୫୯ ବିଲିୟନ୍ ଡଲାର୍ ଅଛି।
ଯଦି ଆମେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିକୁ ଦେଖିବା, ତାହେଲେ ଗୋଟିଏ ଦିନରେ ତାଙ୍କ ସମ୍ପତ୍ତିରେ ୧.୧୬ ବିଲିୟନ୍ ଡଲାରର ଲାଭ ହୋଇଛି, କାରଣ ଆରଆଇଏଲର ଶେଆରର ମୂଲ୍ୟ ଶୁକ୍ରବାର ରେକର୍ଡ ୧୭୩୭.୯୮ ଟଙ୍କାରେ ପହଞ୍ଚିଛି, ଯାହାକି କ୍ଲୋଜିଂ ମୂଲ୍ୟ ୧୬୫୫ ଟଙ୍କା ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ।

ଶୁକ୍ରବାର ମୁକେଶ ଅମ୍ବାନୀ କହିଛନ୍ତି ଯେ 'ମୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଋଣମୁକ୍ତ କରିବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ଆଜି ପୂରଣ ହୋଇଛି।' ଅଗଷ୍ଟ ୧୨, ୨୦୧୯ରେ କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ସଭାରେ ସେ ଯେଉଁ ଡେଡଲାଇନ୍ ଧାର୍ଯ୍ୟ କରିଥିଲେ, ତା'ର ୯ମାସ ପୂର୍ବରୁ କମ୍ପାନୀ ଋଣମୁକ୍ତ ହୋଇଯାଇଛି। ଅର୍ଥାତ୍ ସେ ୩୧, ମାର୍ଚ୍ଚ ୨୦୨୧ ସୁଦ୍ଧା କମ୍ପାନୀ ଋଣମୁକ୍ତ ହେବ ବୋଲି କହିଥିଲେ। କିନ୍ତୁ ୯ ମାସ ପୂର୍ବରୁ ସେ ନିଜ କମ୍ପାନୀକୁ ଋଣମୁକ୍ତ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ରିଲାଏନ୍ସ କମ୍ପାନୀ ଉପରେ ମାର୍ଚ୍ଚ ୩୧, ୨୦୨୦କୁ ୧,୧୬,୦୩୫ ଲକ୍ଷ କୋଟି ଟଙ୍କାର ଋଣ ଥିଲା। ତେବେ ଜିଓରେ ୫୮ ଦିନ ଭିତରେ ୧,୬୮,୮୧୮ କୋଟି ଟଙ୍କାର ନିବେଶ ଆସିସାରିଛି। ଯାହା ଫଳରେ କମ୍ପାନୀ ଏବେ ଋଣମୁକ୍ତ ହୋଇପାରିଛି।

Mukesh Ambani Reliance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ