/odishatv-khabar/media/post_attachments/uploadimage/library/16_9/16_9_0/mugal-garden_1626691644.jpg)
mugal garden
ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
Advertisment
ଏହାସହ ଗାର୍ଡେନ୍ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ ଫଟୋକୁ ଟ୍ୱିଟ୍ କରିଛନ୍ତି । ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଲୋକେ ଅନୁମତି ନେଇ ରାଷ୍ଟ୍ରପତି ଭବନରେ ଥିବା ଏହି ଗାର୍ଡେନ୍କୁ ଯାଇ ପାରିବେ । ଭଳି ଭଳିକା ଫୁଲର ସମ୍ଭାର ଏହି ଗାର୍ଡେନ୍ରେ ରହିଛି। ମୁଖ୍ୟତଃ ତୁଲିପ୍, ବୁଲବୋସ୍ ଭଳି କିଛି ବିରଳ ଫୁଲ ଏହାର ମୁଖ୍ୟ ଆକର୍ଷଣ ।
ଗତବର୍ଷ ମୋଗଲ ଗାର୍ଡେନ୍କୁ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)