/odishatv-khabar/media/post_attachments/uploadimage/library/16_9/16_9_0/dhoni_1626697565.jpg)
dhoni
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଧୋନିଙ୍କ ଏକ ଟ୍ରାକ୍ଟର ସାହଯ୍ୟରେ ଫାର୍ମ ହାଉସରେ ଚାଷ କରୁଥିବା ଦେଖିବାକୁ ମିଳୁଛି।
View this post on InstagramExclusive Video Of Mahi Bhaiya Enjoying Doing Organic Farming !! ❤
A post shared by MS Dhoni Fans Club (@dhoni.bhakt) on
ଖବର ଅନୁଯାୟୀ, ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ୍ ଧୋନି ଲକ୍ଡାଉନ୍ ଯୋଗୁ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି। ଧୋନି କିଛି ଦିନ ପୂର୍ବରୁ ନିଜ ଫାର୍ମ ହାଉସରେ ଚାଷ କରିବା ପାଇଁ ଏକ ଟ୍ରାକ୍ଟର କିଣିଥିଲେ। ବର୍ତ୍ତମାନ ଧୋନି ସେହି ଟ୍ରାକ୍ଟରକୁ ଅର୍ଗାନିକ୍ ଚାଷ ପାଇଁ ବ୍ୟବହାର କରୁଛନ୍ତି। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଧୋନିଙ୍କୁ ଏକାକୀ ଟ୍ରାକ୍ଟର ଚଳାଉଥିବାର ଦେଖିବାକୁ ମିଳୁଛି। ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ଧୋନି ରାଞ୍ଚିରେ ଥିବା ନିଜ ଫାର୍ମ ହାଉସରେ ଅର୍ଗାନିକ୍ ଚାଷ କରୁଛନ୍ତି।’ ଧୋନି କିଣିଥିବା ଟ୍ରାକ୍ଟରର ନାଁ ହେଉଛି ମହିନ୍ଦ୍ରା ସ୍ୱରାଜ ୯୬୩ ଏଫ୍ଇ (mahindra swaraj 963 FE)। ଯାହାର ମୂଲ୍ୟ ପ୍ରାୟ ୮ଲକ୍ଷ। କିଛି ଦିନ ପୂର୍ବେ ଧୋନିଙ୍କୁ ନିଜ ଝିଅ ଜିଭା ସହ ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧୋନି ଜିଭାଙ୍କୁ ଗାଡ଼ିରେ ବସାଇ ବୁଲାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)