ramayan
ନୂଆଦିଲ୍ଲୀ: ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନ ଥିଲା। ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଲକାତାର ଭିକ୍ଟୋରିଆଲ ମେମୋରିଆଲ୍ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯାଇଥିଲେ। କାର୍ଯ୍ୟକ୍ରମରେ ମମତା ଭାଷଣ ଦେବାକୁ ଗଲାବେଳେ ଜୟ ଶ୍ରୀ ରାମର ନାରା ଦେଇଥିଲେ ଲୋକେ। ଏଥିରେ କ୍ଷ୍ୟୁବ୍ଧ ହୋଇ ଭାଷଣ ଦେବାକୁ ମନା କରିଦେଥିଲେ ଦିଦି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।
ଏହି ଘଟଣାର ଗୋଟିଏ ଦିନ ପରେ ଆଜି ମଧ୍ୟପ୍ରଦେଶ ବିଧାସଭା ସ୍ପିକର ତଥା ବିଜେପି ନେତା ରାମେଶ୍ୱର ଶର୍ମା ମମତା ବାନାର୍ଜୀଙ୍କୁ ଏକ ରାମାୟଣ ଗ୍ରନ୍ଥ ଉପହାରରେ ଦେଇଛନ୍ତି। ଏବଂ ଏହାକୁ ଧ୍ୟାନର ସହିତ ପଢ଼ିବାକୁ ପାଇଁ ମଧ୍ୟ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। କାରଣ ରାମେଶ୍ୱରଙ୍କର ଅଭିଯୋଗ ହେଲା, ବାଂଲାଦେଶ ଚାପରେ ମମତା ‘ରାମ’ ନାଁକୁ ବିରୋଧ କରୁଛନ୍ତି। ଏବଂ ଭୋଟ୍ ବ୍ୟାଙ୍କ ହାତରୁ ଖସିଯିବ ବୋଲି ତାଙ୍କର ଡର ରହିଛି। ଏ ନେଇ ସେ କହିଛନ୍ତି “ ଅତୀତରେ ଯେଉଁମାନେ ରାମଙ୍କ ନାଁ କୁ ବିରୋଧ କରିଛନ୍ତି ଆଜି ସେମାନଙ୍କର ଅବସ୍ଥା କ'ଣ ହୋଇଛି ସମସ୍ତେ ଏହା ଜାଣନ୍ତି।”
[caption id="" align="aligncenter" width="1108"]
ଭିକ୍ଟୋରିଆ ମେମୋରିଆଲ୍ରେ ମମତା[/caption]
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଶ୍ରୀ ଶର୍ମା କହିଛନ୍ତି “ରାବଣ ଠାରୁ କଣ କାହାର ବଡ଼ ସାମ୍ରାଜ୍ୟ ଥିଲା ? ସେ ରାମଙ୍କ ନାମକୁ ବିରୋଧ କରୁଥିଲା। କିନ୍ତୁ ତାର ଅବସ୍ଥା କଣ ହେଲା ତାହା ସମସ୍ତେ ଜାଣନ୍ତି।” ତେବେ ସରକାରୀ କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରା କାହିଁକି ଦିଆଗଲା ବୋଲି ପ୍ରଶ୍ନରେ ଉତ୍ତର ଦେଇ ଶର୍ମା କହିଛନ୍ତି “ସରକାରୀ କାର୍ଯ୍ୟକ୍ରମରେ ରାମ ନାମ ନେବାକୁ କିଏ ମନା କରିଛି। ମୁଁ ମଧ୍ୟ ଗୋଟେ ସାମ୍ବିଧାନିକ ପଦବୀ ରହିଛି। ତେବେ ବେ ମୁଁ ଗର୍ବର ସହ ରାମ ନାମ ନିଏ।”
ଶ୍ରୀ ଶର୍ମା ମମତାଙ୍କୁ କେବଳ ରାମାୟଣ ବହି ଉପହାର ଦେଇ ନାହାନ୍ତି, ତା ସହିତ ମମତାଙ୍କ ଘରେ ୨୦ ଦିନ ପର୍ଯ୍ୟନ୍ତ ରାମାୟଣ ପାଠ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ତେବେ ଏହା ଉପରେ ମମତାଙ୍କ ପ୍ରତିକ୍ରିୟା କଣ ରହିବା ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ramayan_1627366267.jpg)