Advertisment

ହଠାତ୍‌ ବାଘଟି ରାସ୍ତା ଉପରେ ଆସି ବସିପଡ଼ିଲା,ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର   ଭିଡିଓ ଦେଖିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍‌ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ […]

author-image
Mahasweta Baral
ହଠାତ୍‌ ବାଘଟି ରାସ୍ତା ଉପରେ ଆସି ବସିପଡ଼ିଲା,ଆଉ ତା’ପରେ…

ttiger

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର   ଭିଡିଓ ଦେଖିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍‌ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ ନ୍ୟାସନାଲ ପାର୍କର ବଫର ଜୋନ୍‌ର NH-7 ବୋଲି କୁହାଯାଉଛି।

Advertisment

ଖବର ଅନୁଯାୟୀ, ମଧ୍ୟପ୍ରଦେଶର ସେଓନି ଜିଲ୍ଲାଠାରୁ ପ୍ରାୟ ୨୫ କିମି ଦୂରରେ ଥିବା ପେଞ୍ଚ ନ୍ୟାସନାଲ ପାର୍କ ରହିଛି। ସେଠାରେ ଥିବା ବଫର ଜୋନ୍‌ NH-7ର ରାସ୍ତା ନିର୍ମାଣ କାମ କରାଯାଉଥିଲା। ବାଘଟି ଅଚାନକ୍‌ ଆସି ସେହି ରାସ୍ତାର ମଝିରେ ବସି ଗର୍ଜନ କରିବାକୁ ଲାଗିଲା। ବାଘ ଗର୍ଜନ ଶୁଣି କିଛି ଦୂରରେ ଥିବା ଲୋକମାନେ ଭୟରେ ଥରହର ହୋଇପଡ଼ୁଥିଲେ। କିଛି ସମୟ ପରେ ବାଘଟି ଆପେ ଆପେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା।

Advertisment

ରାସ୍ତାରେ ଥିବା ଲୋକମାନେ ବାଘର ଏହି ଦୃଶ୍ୟକୁ ନିଜ ମୋବାଇଲ୍‌ ଫୋନ୍‌ ବା ପାଖରେ ଥିବା କ୍ୟାମେରାରେ କଏଦ କରିଥିଲେ। ବନ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ପୋଲିସ ଟିମ୍‌ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା।

ଏନେଇ ବାଘର ସୁରକ୍ଷାକୁ ଦୃଷ୍ଟିରେ ରଖି ସେଓନିରୁ ନାଗପୁର ଅଭିମୁଖେ ୯ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ଯାହାଦ୍ୱାରା ବାଘମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରିବେ।

Advertisment
Advertisment