/odishatv-khabar/media/post_attachments/uploadimage/library/16_9/16_9_0/old-man-1_1626696376.jpg)
old-man
ଶାଜାପୁର: ବିଲ୍ ଦେଇନପାରି ବେଡ୍ରେ ବନ୍ଧା ହେଲେ ବୃଦ୍ଧ। ବୃଦ୍ଧଙ୍କୁ ବେଡ୍ରେ ବାନ୍ଧି ବନ୍ଧକ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ କୋଭିଡ୍ ଯୋଦ୍ଧା କୁହାଯାଉଥିବା ବେଳେ, ହସ୍ପିଟାଲର ଏଭଳି ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ଶାଜାପୁରରୁ ହସ୍ପିଟାଲ କର୍ମଚାରୀମାନେ ବୃଦ୍ଧଙ୍କ ହାତ ଗୋଡ଼ ଦଉଡ଼ିରେ ବାନ୍ଧିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
शाजापुर में एक अस्पताल में बुजुर्ग मरीज को बिल जमा नहीं करने पर कथित तौर पर बांध दिया गया, अस्पताल का कहना है कि मरीज का शरीर इलेक्ट्रोलाइट असंतुलन से बार बार अकड़ रहा था, ऐसे में वो खुद को चोट ना पहुंचा लें इसलिये उन्हें बांधा गया था.@ndtvindia@ndtv#lockdownlessons#Covid_19pic.twitter.com/eeSFwWDHcd
— Anurag Dwary (@Anurag_Dwary) June 7, 2020
ଖବର ଅନୁଯାୟୀ, ବୃଦ୍ଧାଙ୍କ ନାଁ ଲକ୍ଷ୍ମୀନାରାୟଣ। ଲକ୍ଷ୍ମୀନାରାୟଣଙ୍କୁ ଜିଲ୍ଲା ଡାକ୍ତରଖାନା ଶାଜାପୁର ଜିଲ୍ଲା ସିଟି ଡାକ୍ତରଖାନାକୁ ରେଫର କରିଥିଲା। ଉକ୍ତ ଡାକ୍ତରଖାନାରେ ହୋଇଥିବା ଚିକିତ୍ସା ଖର୍ଚ୍ଚ ବାବଦକୁ ଟଙ୍କା ଜମା କରିବା ପରେ ରୋଗୀଙ୍କୁ ନେବା ପାଇଁ କହିଥିଲେ। ତେବେ ବିଲ୍ ଦେଇ ନପାରିବାରୁ ହସ୍ପିଟାଲ କର୍ମଚାରୀ ଦଉଡିରେ ବାନ୍ଧି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବୃଦ୍ଧଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହା କରିବା ଆବଶ୍ୟକ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ ରୋଗୀ ଯେପରି ନିଜ ଶରୀରକୁ କୌଣସି କ୍ଷତି ନଘଟାନ୍ତୁ, ସେନେଇ ତାଙ୍କୁ ବେଡ୍ରେ ବନ୍ଧା ଯାଇଥିଲା।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ଟ୍ୱିଟ୍ରେ କହିଛନ୍ତି ଯେ 'ଶାଜାପୁରର ଏକ ଡାକ୍ତରଖାନାରେ ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ଏଭଳି ଘଟଣା ମୁଁ ଦେଖିବାକୁ ପାଇଛି। ଯିଏ ଏଭଳି କାର୍ଯ୍ୟ କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।' ଅନ୍ୟପଟେ କଲେକ୍ଟର ସିଏଚ୍ଏମଓକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)