Advertisment

ଶାଳୀ ବାହାଘରକୁ ଆସିଥିଲେ କରୋନା ପଜିଟିଭ୍‌ ଭିଣୋଇ, ଆଉ ତା’ପରେ...

ଭୋପାଳ: ମଧ୍ୟପ୍ରଦେଶର ଛିଣ୍ଡୱାଡା ଜିଲ୍ଲାରେ ଏକ ନବ ବିବାହିତ ଦମ୍ପତିଙ୍କୁ ବାହାଘରର କିଛି ଘଣ୍ଟାପରେ କ୍ୱାରେଣ୍ଟିନ୍‌ରେ  ଭର୍ତ୍ତି କରାଯାଇଥିଲା। ବାହାଘରରେ ଯୋଗ ଦେଇଥିବା୧୦୦ରୁ ଅଧିକ ସମ୍ପର୍କୀୟ ଓ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। କାରଣ ବାହାଘରରେ ଝିଅର ଭିଣୋଇ ଯୋଗ ଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ପ୍ରଶାସନ ଘଟଣା ବିଷୟରେ ଜାଣିବାପରେ ସେଠାକାର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛି। Just a few hours after […]

ଶାଳୀ ବାହାଘରକୁ ଆସିଥିଲେ କରୋନା ପଜିଟିଭ୍‌ ଭିଣୋଇ, ଆଉ ତା’ପରେ...

new marraie

Advertisment

ଭୋପାଳ: ମଧ୍ୟପ୍ରଦେଶର ଛିଣ୍ଡୱାଡା ଜିଲ୍ଲାରେ ଏକ ନବ ବିବାହିତ ଦମ୍ପତିଙ୍କୁ ବାହାଘରର କିଛି ଘଣ୍ଟାପରେ କ୍ୱାରେଣ୍ଟିନ୍‌ରେ  ଭର୍ତ୍ତି କରାଯାଇଥିଲା। ବାହାଘରରେ ଯୋଗ ଦେଇଥିବା୧୦୦ରୁ ଅଧିକ ସମ୍ପର୍କୀୟ ଓ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। କାରଣ ବାହାଘରରେ ଝିଅର ଭିଣୋଇ ଯୋଗ ଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ପ୍ରଶାସନ ଘଟଣା ବିଷୟରେ ଜାଣିବାପରେ ସେଠାକାର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛି।

Advertisment

ଖବର ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଦିଲ୍ଲୀ ସହରର। ସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟ ଫୋର୍ସ(ସିଆଇଏସ୍‌ଏଫ୍) କାମ କରନ୍ତି। ଏହି ଘଟଣାରେ ଛିଣ୍ଡୱାଡି ଜିଲ୍ଲାପାଳ କହିଛନ୍ତି, ‘ଗାଇଡଲାଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରଥମେ ସେମାନଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କ ସମ୍ପର୍କରେ ଖବର ନିଆଯିବ। ଆମ ପାଖରେ ସୂଚନା ରହିଛି ଯେ ଛିଣ୍ଡୱାଡାର ଜୁତ୍ରାଦେବର ଲାଲବାଗ ଓ ଏକତା କଲୋନୀରେ କିଛି ଲୋକଙ୍କ ସହ ସେ ମିଶିଥିଲେ। ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବା ସହ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ୍‌ କରାଯାଉଛି। ସିଆଇଏସ୍‌ଏଫ୍‌ର ଏହି ଯବାନ ମେ’ ୨୦ ରୁ ୨୧ ତାରିଖ ମଧ୍ୟରେ ଜିଲ୍ଲାକୁ ଆସିଥିଲେ। ତାଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ ଛିଣ୍ଡୱାଡାର ହୋଶଙ୍ଗାବାଦ ଜିଲ୍ଲାର ସୀମାରେ କରାଯାଇଥିଲା। ପରେ ସେ ଛିଣ୍ଡୱାଡାର ଯୁତ୍ରାଦେବ ଅଞ୍ଚଳରେ ଥିବା ପୈତୃକ ବାସଭବନରେ ରହିଥିଲେ। ପରେ ପରାସିୟା ଅଞ୍ଚଳର ସମ୍ପର୍କୀୟଙ୍କୁ ଭେଟିଥିଲେ।

Advertisment

ଛିଣ୍ଡୱାଡା ମ୍ୟୁନିସିପାଲିଟି କର୍ପୋରେସନ୍‌ର କମିଶନର କହିଛନ୍ତି, ତିନ ଚାରି ଦିନ ପୂର୍ବରୁ ତାଙ୍କଠି କରୋନା ଭାଇରସର ଲକ୍ଷଣ ଦେଖାଦେଇଥିଲା।  ଏନେଇ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯିବାସହ ତାଙ୍କୁ ଛିଣ୍ଡୱାଡା ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଗତ ମଙ୍ଗଳବାର ଦିନ ତାଙ୍କ ରିପୋର୍ଟ ଆସିଥିଲା। ସେ କରୋନା ପଜିଟିଭ ଥିବା ଜଣାପଡିଥିଲା। କିନ୍ତୁ ସେହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ଏକ ବାହାଘରରେ ଯୋଗଦେଇଥିଲେ। ଏହାପରେ ନବ ଦମ୍ପତିଙ୍କ ସମେତ ସିଆଇଏସଏଫ୍ କର୍ମୀଙ୍କ ପତ୍ନୀ ଓ ପିଲାମାନଙ୍କୁ କ୍ୱାରେଣ୍ଟିନ୍‌କୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ