Advertisment

ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ କରିବ। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାଯାବର। ସେମାନଙ୍କର ପରିବାର ସଦସ୍ୟ ନାହାଁନ୍ତି ଓ ସେମାନେ ପ୍ରାୟତ […]

ଅଦ୍ୟତନ ହୋଇଛି
ବିଷାକ୍ତ ମଦ ପିଇ ୧୧ ମୃତ

wine

Advertisment

ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ କରିବ।

Advertisment

ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାଯାବର। ସେମାନଙ୍କର ପରିବାର ସଦସ୍ୟ ନାହାଁନ୍ତି ଓ ସେମାନେ ପ୍ରାୟତ ଫୁଟ୍‌ପାଥରେ ରୁହନ୍ତି। ଶବବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ବିଷାକ୍ତ ମଦ ପିଇ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ କହିବାନୁସାରେ, ମଦ ପିଇ ଏମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସମସ୍ତଙ୍କୁ ବିଭିନ୍ନ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ କେଉଁମାନେ ଏହି ବିଷାକ୍ତ ମଦ କାରବାର କରୁଛନ୍ତି ? ଏହା ପଛରେ କୌଣସି ରାକେଟ କାମ କରୁଛି କି ?  ସେ ନେଇ ତଦନ୍ତ ଚଳାଇଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ