/odishatv-khabar/media/post_attachments/uploadimage/library/16_9/16_9_0/delta-varient_1623210514.jpg)
delta varient
ନୂଆଦିଲ୍ଲୀ : ଭାରତ ପରେ ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ । ମହାମାରୀର ନୂତନ ଲହରୀ ତୀବ୍ର ବେଗରେ ବିସ୍ତାର କରୁଥିବା ପଛରେ ଡେଲଟା ଭାରିଆଣ୍ଟର ପ୍ରମୁଖ ଭୂମିକା ରହିଛି ବୋଲି ସିଙ୍ଗାପୁରରେ କୋଭିଡ -୧୯ ସିକ୍ୱେନ୍ସିଂରେ ଜଣାପଡିଛି । ସିକ୍ୱେନ୍ସିଂ ଅଧ୍ୟୟନ ସମୟରେ ଏହି ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି ପୁଣି ଥରେ ସୂଚିତ କରାଯାଇଛି । କରୋନା ଭାଇରସର ଏହି ଷ୍ଟ୍ରେନ୍ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ।
ଦେଶରେ ମେ ୩୧ ସୁଦ୍ଧା ଚିହ୍ନଟ ହୋଇଥିବା ୪୪୯ଟି ମାମଲା ମଧ୍ୟରୁ ୪୨୮ଟି ଡେଲଟା ଭାରିଆଣ୍ଟ ସମ୍ମନ୍ଧିତ ବୋଲି କହିଛି ଦେଶର ସ୍ୱାସ୍ଥ୍ୟ ବିଭାଗ । ଏହା ବ୍ୟତୀତ ୯ଟି ମାମଲା ବିଟା ଭାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା । ଡେଲଟା ଭାରିଏଣ୍ଟ୍ ସମେତ ଅନ୍ୟ କେତେକ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର । ସେ କହିଛନ୍ତି, ନୂତନ ଭାରିଏଣ୍ଟ୍ ଗୁଡିକ ଉପରେ ଅଧ୍ୟୟନ ଚାଲିଛି । ନୂତନ ଭାରିଏଣ୍ଟ୍ ସମ୍ପର୍କରେ ଅଧିକ ସୂଚନା ପାଇଲେ ରଣନୀତିରେ ପରିବର୍ତ୍ତନ କରାଯିବ ।
ସିଙ୍ଗାପୁର ହେଉଛି ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ପ୍ରକ୍ୟେକ କରୋନା ମାମାଲାର ଡାଟା ସିକ୍ୱେନ୍ସିଂ କରାଯାଏ । ଆଉ ଡାଟା ସିକ୍ୱେନ୍ସିଂ ମାଧ୍ୟମରେ ଦେଶ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ସିଙ୍ଗାପୁରରେ ଡେଲଟା ଭାରିଆଣ୍ଟର ସବୁଠାରୁ ଅଧିକ ପ୍ରଭାବ ରହିଛି । ଗତ ୬ ମାସ ମଧ୍ୟରେ ବିଶ୍ୱର ୬୦ଟି ଦେଶରେ ଏହି ପ୍ରକାର ଭାରିଏଣ୍ଟ୍ ଦେଖିବାକୁ ମିଳିଛି ।
ସେପଟେ ଏହାପୂର୍ବରୁ ମଧ୍ୟ ଡବ୍ଲ୍ୟୁଏଚଓ କରୋନାର ଡେଲଟା ଭାରିଏଣ୍ଟ୍ ପାଇଁ ଭାରତକୁ ସତର୍କ କରାଇଥିଲା । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଥିବା କହିଥିଲା WHO । B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ । ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)