/odishatv-khabar/media/post_attachments/uploadimage/library/16_9/16_9_0/EqU0uDvVgAMRCag_1626172025.jpg)
EqU0uDvVgAMRCag
ପଞ୍ଜାବ : ପଞ୍ଜାବରେ ମୋବାଇଲ୍ ଟାୱାରଗୁଡ଼ିକ ଉପରେ ସିଧାସଳଖ କୃଷକ ଆନ୍ଦେ।ଳନର ପ୍ରଭାବ ପଡ଼ୁଛି । ମୋବାଇଲ୍ ଟାୱାର ନଷ୍ଟ କରି ରାଗ ଶୁଝାଉଛନ୍ତି ଚାଷୀ । କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେ।ଇସାରିଛି । ଅନେକ ମୋବାଇଲ ଟାୱାରରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି ତ , ଆଉ କେତେକ ସ୍ଥାନରେ ତାରକୁ ଜଳାଇ ଦିଆଯାଇଛି । ଅମ୍ବାନୀକୁ ବିରେ।ଧ କରି ପଞ୍ଜାବର ଅନେକ ସ୍ଥାନରେ ରିଲାଏନ୍ସ ଜିଓର ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ। କେତେକ କ୍ଷେତ୍ରରେ ଚାଷୀମାନେ ଜିଓର ଫାଇବର କେବୁଲରେ ମଧ୍ୟ ନିଆଁ ଲଗାଇଦେଇଥିବାର ଜଣାପଡିଛି । ଆଉ ଏହାଦ୍ୱାରା ଦୂରସଂଚାର ସମ୍ପର୍କ ବ୍ୟବସ୍ଥାରେ ବାଧା ଉପୁଜିଛି । ଏହା ପୂର୍ବରୁ କୃଷକମାନେ କୃଷି ଆଇନକୁ ବିରେ।ଧ କରିବାକୁ ଯାଇ ରିଲାଏନ୍ସ ପେଟ୍ରେ।ଲ ପମ୍ପ ଓ ରିଲାଏନ୍ସ ରିଟେଲ ଗୁଡ଼ିକ ନଷ୍ଟ କରିଥିବାର ଅଭିଯେ।ଗ ଆସିଥିଲା ।
ଏବେ ସୁଦ୍ଧା ୧୫୦୦ରୁ ଅଧିକ ମୋବାଇଲ ଟାୱାରକୁ ଚାଷୀମାନେ ନଷ୍ଟ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୧୭୬ ରୁ ଅଧିକ ଟେଲିକମ୍ ଟାୱାର ନଷ୍ଟ ହୋଇଯାଇଛି । ଗତ କିଛି ଦିନ ଭିତରେ ପଞ୍ଜାବରେ ମୋବାଇଲ୍ ଟାୱାରର ବିଜୁଳି ତାର କଟିବା ପରି ଘଟଣା ସବୁ ଘଟୁଛି । ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏସବୁ କରିବା ଦ୍ୱାରା କ’ଣ ଲାଭ ପାଉଛନ୍ତି କୃଷକ । ନୂତନ କୃଷି ଆଇନ୍ ରୁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତିମାନେ ଉପକୃତ ହେବେ ବୋଲି ଚାଷୀମାନେ ଭାବୁଛନ୍ତି । ଆଉ ଏଥିପାଇଁ କୃଷକମାନେ ଏହି କମ୍ପାନୀ ଗୁଡ଼ିକର ଉତ୍ସ ଉପରେ ନିଜର ବିରକ୍ତ ଓ କ୍ରୋଧକୁ ପ୍ରକାଶ କରୁଛନ୍ତି ।
Punjab: Locals of Ekta Nagar near Moga vandalised a mobile tower in support of farmers protesting against Centre's farm laws, last night. Police say, "We are verifying facts of the incident. The farmers have condemned this act. They are not supporting such actions." pic.twitter.com/rHRm5UUMJU
— ANI (@ANI) December 28, 2020
ଚାଷୀମାନେ ମୁଖ୍ୟତଃ ମୋବାଇଲ ନେଟୱାର୍କକୁ ଯାଉଥିବା ବିଦ୍ୟୁତ ବ୍ୟବସ୍ଥାକୁ କାଟି ଦେଉଛନ୍ତି, ଯାହାଫଳରେ ମୋବାଇଲ ନେଟୱାର୍କ ଅଚଳ ହୋଇପଡୁଛି । ସୂତ୍ର ଅନୁସାରେ ଗତ ଶନିବାର ଯାଏ ୧୪୧୧ଟି ମୋବାଇଲ୍ ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ ଏବଂ ସୋମବାର ପର୍ଯ୍ୟନ୍ତ ଏହି ସଂଖ୍ୟା ୧୫୦୦ ଅତିକ୍ରମ ହୋଇଛି ।
ଜଳନ୍ଧରରେ ଜିଓର ତାରକୁ ଜଳାଇ ଦିଆଯାଇଥିଲା । ପଞ୍ଜାବରେ ରହିଛି ଜିଓର ୯୦୦୦ଟି ମୋବାଇଲ୍ ଟାୱାର । ଅଧିକାଂଶ ଟାୱାରର ପାୱାର ସପ୍ଲାଇ ବନ୍ଦ କରିଦିଆଯାଇଛି । ଆଉ କିଛି ସ୍ଥାନରେ ଚାଷୀମାନେ ମୋବାଇଲ ଟାୱାର ପାଇଁ ଲାଗିଥିବା ଜେନେରେଟରକୁ ମଧ୍ୟ ଟାଣି ନେଇଯାଇଛନ୍ତି । ସରକାରୀ ସୂତ୍ର ଅନୁସାରେ କୃଷକମାନ ନଷ୍ଟ କରିଥିବା ଟାୱାର ମଧ୍ୟରୁ ଏବେ ସୁଦ୍ଧା ୪୩୩ଟି ମୋବାଇଲ ଟାୱାରକୁ ମରାମତି ମଧ୍ୟ କରାସରିଛି ।
ଆହୁରି ପଢନ୍ତୁ :
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ
ମେ।ବାଇଲ୍ ଟାୱାରରେ ଭଙ୍ଗାରୁଜା ଯେ।ଗୁଁ, ଏହାର ସିଧାସଳଖ ପ୍ରଭାବ ସଂଚାର ସେବା ଉପରେ ପଡ଼ିଛି । ଅନେକ ସ୍ଥାନରେ ଫେ।ନ ଯେ।ଗାଯେ।ଗ ହେ।ଇପାରୁନାହିଁ । ଯଦ୍ୱାରା ମେ।ବାଇଲ୍ ରେ ପାଠପଢ଼ୁଥିବା ପିଲାମାନେ ଅସୁବିଧା ଭେ।ଗୁଛନ୍ତି । କେବଳ ଏତିକି ନୁହେଁ ବ୍ୟାଙ୍କିଂ ସେବା ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେ।ଇଛି ।
#WATCH Villagers of Tibbi Kalan in Punjab's Firozpur vandalise a telecom tower to express their support towards farmers protesting against the three farm bills pic.twitter.com/sCWMYiU0Kq
— ANI (@ANI) December 28, 2020
ମେ।ବାଇଲ ଟାୱାରେ ନଷ୍ଟ କରିବା ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆକ୍ସନରେ ଆସିଛନ୍ତି । ସେ କହିଛନ୍ତି , ରାଜ୍ୟରେ ଏପରି ବିଶୃଙ୍ଖଳା କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଘଟଣାକୁ ସହ୍ୟ କରାଯିବ ନାହିଁ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିକ୍ଷେ।ଭକୁ ସ୍ୱାଗତ କରାଯିବ, କିନ୍ତୁ ସମ୍ପତ୍ତି ନଷ୍ଟ କଲେ କୌଣସି ମତେ ବରଦାସ୍ତ କରାଯିବ ନାହିଁ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଏପରି ଘଟଣା ବିରେ।ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଞ୍ଜାବ ପେ।ଲିସ୍ ଏବେ ସୁଦ୍ଧା କୌଣସି ବ୍ୟକ୍ତିବିଶେଷ ବିରେ।ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫ର ଧାରା ୨୫ ଅନୁସାରେ ଟେଲିକମ୍ ସମ୍ପତ୍ତି ଗୁଡ଼ିକ ନଷ୍ଟ କଲେ ୩ ବର୍ଷର ଦଣ୍ଡବିଧାନ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)