cm
ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦେଶର ନମ୍ବରୱାନ୍ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ମୁଡ୍ ଅଫ୍ ନେସନ୍ରେ ଏହି ତଥ୍ୟ ପ୍ରକାଶ ପାଇଛି।
ଯୋଗୀ ୨୪ ପ୍ରତିଶତ ଭୋଟ୍ ପାଇଁ ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି। ତେବେ ଗତବର୍ଷ ତୁଳନାରେ ଏହି ବର୍ଷ ଯୋଗୀଙ୍କୁ ଅଧିକ ୬ ପ୍ରତିଶତ ଭୋଟ୍ ମିଳିଛି।
ସବୁଠାରୁ ବଡ଼ କଥା ହେଲା ଏହି ସର୍ଭେରେ ପ୍ରକାଶ ପାଇଥିବା ୭ ଜଣ ଟପ୍ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣ ବିଜେପି କିମ୍ବା କଂଗ୍ରେସ ଦଳର ନୁହଁନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଦ୍ୱିତୀୟ ନମ୍ବର ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ତାଙ୍କୁ ୧୫ ପ୍ରତିଶତ ଭୋଟ୍ ମିଳିଛି। ତାଙ୍କ ପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ। ତାଙ୍କ ୧୧ ପ୍ରତିଶତ ଭୋଟ୍ ମିଳିଛି।
ସେହିଭଳି ପୂର୍ବରୁ ନମ୍ବର ୱାନ୍ରେ ସ୍ଥାନରେ ରହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ୪ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ତାଙ୍କୁ ମାତ୍ର ୯ ପ୍ରତିଶତ ଭୋଟ୍ ମିଳିଛି। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ଏହି ସର୍ଭେରେ ମିଳିଛି ମାତ୍ର ୬ ପ୍ରତିଶତ ଭୋଟ୍। ଏହି ଭୋଟ୍ ସହିତ ନବୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି।
୬୭ ପ୍ରତିଶତ ଗ୍ରାମାଞ୍ଚଳ ଓ ୩୩ ପ୍ରତିଶତ ସହରାଞ୍ଚଳକୁ ନେଇ ୧୯ଟି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା। ଏହି ରାଜ୍ୟୁଗଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକା ଓ ଓଡ଼ିଶା ଆଦି ରାଜ୍ୟ ସାମିଲ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm_1625455818.jpg)