/odishatv-khabar/media/post_attachments/uploadimage/library/16_9/16_9_0/monsoon-1_1621051721.jpg)
monsoon
ନୂଆଦିଲ୍ଲୀ: ଚଳିତ ବର୍ଷ ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ୍ ୧ ବଦଳରେ ମେ ୩୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ୪ ଦିନ ଆଗୁଆ କିମ୍ବା ୪ ଦିନ ପଛୁଆ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ସାଧାରଣତଃ ମୌସୁମୀ ପ୍ରଭାବରେ ପ୍ରଥମେ ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ଷା ହୋଇଥାଏ। ଏହାପରେ ବଙ୍ଗୋପ ସାଗର ଦେଇ ଉତ୍ତର-ପଶ୍ଚିମ ଅଞ୍ଚଳଗୁଡ଼ିକୁ କ୍ରମଶଃ ଗତି କରିଥାଏ। ତେବେ ପାଣିପାଗ ବିଭାଗର ନୂଆ ଆକଳନ ଅନୁଯାୟୀ, ମୌସୁମୀ ଆଣ୍ଡାମାନ ସାଗରରେ ମେ ୨୧ ସୁଦ୍ଧା ଆସିଯିବ।
ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି। ସାଧାରଣତଃ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ। ତେବେ ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି ମଧ୍ୟ ସୁଧୁରିବ ବୋଲି ଆଶା କରାଯାଉଛି।
ଗତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଗତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା।
ଗତବର୍ଷ ଅକ୍ଟୋବର ଶେଷ ଆଡ଼କୁ ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଥିଲା। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାଗମନ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନାଥାଉ କି, ଗତ ବର୍ଷ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଗତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)