/odishatv-khabar/media/post_attachments/uploadimage/library/16_9/16_9_0/Untitled-1-10_1622707049.jpg)
Monsoon
ନୂଆଦିଲ୍ଲୀ: ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍ଡି ସୂଚନା ଦେଇଥିବା ବେଳେ ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆଇଏମ୍ଡି କହିଛି। ଗୁରୁବାର ସକାଳେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବରେ କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ତେବେ ଲଘୁଚାପ ଜରିଆରେ ଓଡ଼ିଶାରେ ମୌସୁମୀ ପହଞ୍ଚିପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବା ସେ କହିଛନ୍ତି। ପ୍ରତିବର୍ଷ ଜୁନ୍ ୧୦/୧୨ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥାଏ। ଏଥର ମଧ୍ୟ ସେହି ତାରିଖ ସୁଦ୍ଧା ପହଞ୍ଚିବା ଆଶା ଥିବାବେଳେ ଜୁନ୍ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବା ଆଇଏମ୍ଡି ଡିଜି କହିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳ, ମହେ ଏବଂ ଲାକ୍ଷାଦ୍ୱୀପରେ ଜୁନ୍ ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଶନିବାର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ତେବେ ମୌସୁମୀର ଆଗମନ ପୂର୍ବରୁ ବୃଷ୍ଟିପାତର ତୀବ୍ରତା ବ୍ୟତୀତ ଆରବ ସାଗରରୁ ସ୍ଥଳଭାଗକୁ ପଶ୍ଚିମ ପବନ ବହିବାର ଦେଖାଦେଇଥିଲା। “ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-ମଧ୍ୟ ଆରବ ସାଗରରେ ଘଣ୍ଟା ପ୍ରତି ୪୦ ରୁ ୫୦କିଲୋମିଟର ବେଗରେ ପ୍ରବଳ ପବନ ହୋଇଥିଲା। ପବନର ବେଗ ଜୁନ୍ ୫ ପର୍ଯ୍ୟନ୍ତ ମାନ୍ନାର୍ ଓ କୋମରିନ୍ ଉପକୂଳରେ ରହିପାରେ ବୋଲି ବିଭାଗ ଦର୍ଶାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଉତ୍ତର ଏବଂ ଦକ୍ଷିଣ ଭାରତରେ ସ୍ୱାଭାବିକ ରହିବା ସହିତ ମଧ୍ୟ ଭାରତରେ ସ୍ୱାଭାବିକଠାରୁ ଅଧିକ ଏବଂ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦୨୧ ପାଇଁ ଏହାର ଦ୍ୱିତୀୟ ଲଙ୍ଗ ରେଞ୍ଜ ପୂର୍ବାନୁମାନ ପ୍ରକାଶ କରି ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମଗ୍ର ଦେଶରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)