sc
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡ ଟଙ୍କାକୁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ପଣ୍ଡକୁ ଟ୍ରାନ୍ସଫର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ମଙ୍ଗଳବାର ଖାରଜ୍ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପିଏମ୍ କେୟାର ଫଣ୍ଡକୁ ଏନ୍ଡିଆର୍ଏଫ୍କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି।
ମଙ୍ଗଳବାର କୋର୍ଟ କହିଛନ୍ତି “ ପବ୍ଲିକ ଚାରିଟେବୁଲ ପଣ୍ଡ ହିସାବରେ ପିଏମ୍ କେୟାର ପଣ୍ଡ ଯୁକ୍ତିଯୁକ୍ତ। ତେଣୁ ଏଥିରେ ଥିବା ଅର୍ଥରାଶିକୁ ଏନ୍ଡିଆର୍ଏଫ୍କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। ”
ପିଏମ୍ କେୟାର ଓ ଏନ୍ଡିଆର୍ଏଫ୍ ଦୁଇଟି ଯାକ ଅଲଗା ଅଲଗା ପ୍ରକାରର ଚ୍ୟାରେଟେବୁଲ ଟ୍ରଷ୍ଟ। ଯଦି ସରକାର ଚାହିଁବେ, ପିଏମ୍ କେୟାର ଫଣ୍ଡର ଅର୍ଥକୁ ଏନ୍ଡିଆର୍ଏଫ୍ଦେ ଇପାରିବେ। ଏହା ସରକାରଙ୍କ ଇଚ୍ଛା ଉପରେ ନିର୍ଭର କରେ। କିନ୍ତୁ ଏଥିପାଇଁ କେନ୍ଦ୍ରକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।
ପିଏମ୍ କେୟାର ଫଣ୍ଡର ସମସ୍ତ ଅର୍ଥ ରାଶିକୁ ଏନ୍ଡିଆର୍ଏପ୍କୁ ପ୍ରଦାନ କରିବା ଦାବି କରି ଗୋଟିଏ ଏନଜିଓ ସୁପ୍ରିମକୋର୍ଟ ଯାଇଥିଲା ପିଏମ୍ କେୟାର ଫଣ୍ଡ ମଧ୍ୟ ଡିସାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ଉଲ୍ଲଂଘନ କରୁଥିବା ଆବେଦନରେ କୁହାଯାଇଥିଲା। ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ପିଏମ୍ କେୟାର ଫଣ୍ଡ ଅଲଗା ପ୍ରକାରର ଟ୍ରଷ୍ଟ ତାର ଅର୍ଥକୁ ଏନ୍ଡିଆର୍ଏପ୍ ଦେବା ପାଇଁ ସରକାରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।
କୋଭିଡ ମୁକାବିଲା ପାଇଁ ଅର୍ଥ ଦାନ କରିବାକୁ ଆହ୍ୱାନ ଦେଇ ମୋଦି ମାର୍ଚ୍ଚରେ ପିଏମ୍ କେୟାର ଫଣ୍ଡ ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା, ଗୃହ ଓ ଅର୍ଥମନ୍ତ୍ରୀ ଟ୍ରଷ୍ଟି ଅଟନ୍ତି। କେନ୍ଦ୍ର ସରକାର କହୁଛନ୍ତି, ଏହି ଫଣ୍ଡ ଇଚ୍ଛାଧୀନ ଅଟେ। ସିଏଜି ଏହାର ଅଡିଟ୍ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା।
ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କୌଣସି ସଂସ୍ଥା ଦାନ କଲେ, ତାକୁ ସିଏସ୍ଆର୍ ଭାବେ ଗ୍ରହଣ କରାଯାଉନଥିବା ବେଳେ ପିଏମ୍ କେୟାର ଫଣ୍ଡ ଦାନକୁ ସିଏସ୍ଆର୍ ବୋଲି ଗ୍ରହଣ କରାଯାଉଛି। ଏହା ଉପରେ ବିରୋଧୀ ଆପତ୍ତି ଉଠାଇଥିଲେ। ଏହା ଛଡ଼ା ପିଏମ୍ ନ୍ୟାସନାଲ ରିଲିଫ ଫଣ୍ଡ ଭଳି ଗୋଟିଏ ସଂସ୍ଥା ଥିବା ବେଳେ କାହିଁକି ପିଏମ୍ କେୟାର ଫଣ୍ଡ ଭଳି ଆଉ ଏକ ସଂସ୍ଥା ଗଠନ ଉପରେ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sc_1625419307.jpg)