Advertisment

ବରଫ ତଳୁ ଉଦ୍ଧାର ହେଲା ୮ ମାସ ଧରି ନିଖୋଜ ଥିବା ଯବାନଙ୍କ ମୃତଦେହ

ବରଫ ତଳୁ ଉଦ୍ଧାର ହେଲା ୮ ମାସ ଧରି ନିଖୋଜ ଥିବା ଯବାନଙ୍କ ମୃତଦେହ

negi

Advertisment

ଶ୍ରୀନଗର: ଆଠ ମାସ ହେଲା ନିଖୋଜ୍ ଥିବା ଯବାନଙ୍କ ମୃତଦେହ ମିଳିଛି। ଜାନୁଆରୀ ମାସରୁ ନିଖୋଜ୍‌ ଥିବା ହାବିଲଦାର ରାଜେନ୍ଦ୍ର ସିଂହ ନେଗୀଙ୍କ ମୃତଦେହ ଶନିବାର କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରୁ ଉଦ୍ଧାର କରାଯାଇଛି। ସର୍ଚ୍ଚ ଅପରେଶନ ବେଳେ ବରଫ ତଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସେନା ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

Advertisment

ଆର୍ମି ୧୧ ଗର୍ହ୍ୱାଲ ରାଇଫଲ୍ସର କାର୍ଯ୍ୟରତ ଥିଲେ ଯବାନ ରାଜେନ୍ଦ୍ର ନେଗୀ। କାଶ୍ମୀର ଗୁଲମାର୍ଗ ଅଞ୍ଚଳର ନିୟନ୍ତ୍ରଣ ରେଖା ନିକଟରେ ଡ୍ୟୁଟି କଲା ବେଳେ ବଡ଼ ଧରଣର ବରଫ ଅତଡ଼ା ଖସିବାରୁ ସେ ନିଖୋଜ୍ ହୋଇଯାଇଥିଲେ। ଜୁନ ୧୪ ତାରିଖରେ ସେନା ପକ୍ଷରୁ ତାଙ୍କୁ ସହିଦ ଘୋଷଣା କରାଯାଇଥିଲା।

ତାଙ୍କ ପରିବାର ବର୍ଗକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ନେଗୀ ଯେ ସହିଦ ହୋଇଯାଇଛନ୍ତି, ଏକଥା ତାଙ୍କ ପତ୍ନୀ ରାଜେଶ୍ୱରୀ ଦେବୀ ବିଶ୍ୱାସ କରିପାରିନଥିଲେ। ନିଜ ଆଖିରେ ନ ଦେଖିଲେ ସେ ବିଶ୍ୱାସ କରିପାରିବେ ନାହିଁ ବୋଲି କହିଥିଲେ। ତେବେ ସ୍ୱାଧୀନତା ଦିବସରେ ନେଗୀଙ୍କ ମୃତଦେହ ମିଳିଥିବା ତାଙ୍କ ପରିବାରକୁ ଖବର କରି ଦିଆଯାଇଛି। ଉତ୍ତରାଖଣ୍ଡର ଚାମୋଲୀ ଜିଲ୍ଲାରୁ ଆସିଥିବା ୩୬ ବର୍ଷୀୟ ନେଗୀ ୨୦୦୧ରେ ଆର୍ମୀରେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ