/odishatv-khabar/media/post_attachments/uploadimage/library/16_9/16_9_0/suresj_1625302487.jpg)
suresj
ନୂଆଦିଲ୍ଲୀ: ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦିଙ୍କର କରୋନାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୧ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲା। ଯାହା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।
Advertisment
କର୍ଣ୍ଣାଟକର ଦ୍ୱିତୀୟ ସାଂସଦ ଭାବେ ସୁରେଶ ଅଙ୍ଗଦି କରୋନରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ଅଶୋକ ଗାସ୍ତିଙ୍କର କିଛି ଦିନ ତଳେ କରୋନା ଯୋଗୁ ଦେହାନ୍ତ ହୋଇଥିଲା। ସେ ରାଜ୍ୟସଭାର ସାଂସଦ ଥିଲେ। କିନ୍ତୁ ସୁରେଶ ଲୋକସଭାର ସାଂସଦ ଥିଲେ।
ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି କର୍ଣ୍ଣାଟକର ବେଲଗାମରୁ ଲୋକସଭା ସାଂସଦ ଥିଲେ। ସେ ଏହି ଅଞ୍ଚଳରୁ ୪ଥର ଲୋକସଭା ସାଂସଦ ହୋଇଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ସେ ବିଜୟୀ ହୋଇଥିଲେ। ସେ ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)