Advertisment

ବର୍ଗର ଖାଇବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ୍‌ କଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଉଡ଼ିଲେ ୩୬୦ କି.ମି.

ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ […]

author-image
Dibakar Sahoo
ଅଦ୍ୟତନ ହୋଇଛି
ବର୍ଗର ଖାଇବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ୍‌ କଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଉଡ଼ିଲେ ୩୬୦ କି.ମି.

3

ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି।

Advertisment

ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ ଘଣ୍ଟା ପାଇଁ ଏକ ହେଲିକପ୍ଟର ବୁକ୍‌ କଲେ ଏବଂ ମ୍ୟାକ୍‌ ଡୋନାଲ୍ଡ ରେଷ୍ଟୁରାଣ୍ଟରେ ଯାଇ ପହଞ୍ଚି ଯାଇଥିଲେ।

Mirror.co.ukର ରିପୋର୍ଟ ଅନୁସାରେ, ଋଷର ଭିକ୍ଟର ମାର୍ଟିନୋଭ ନାମକ ଏହି ବ୍ୟକ୍ତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ବୁକ୍‌ କରିଥିଲେ। ଭିକ୍ଟର ଘରୋଇ ୟାଟ୍ ବ୍ୟବସାୟ କରୁଥିବା ଜଣାପଡ଼ିଛି।

Advertisment

ଗର୍ଲଫ୍ରେଣ୍ଡଙ୍କ ସହିତ ସେ ବର୍ଗର ଖାଇବା ପାଇଁ ଭିକ୍ଟର ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାକ୍‌ ଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ।

ସୂଚନା ଅନୁସାରେ, ୩୩ ବର୍ଷୀୟ ଭିକ୍ଟର କ୍ରିମିୟାରେ ଛୁଟି କାଟୁଥିଲେ। ଏହି ସମୟରେ ତାଙ୍କୁ ମ୍ୟାକ୍‌ଡୋନାଲ୍ଡର ବର୍ଗର ଖାଇବାକୁ ଇଚ୍ଛା ହୋଇଥିଲା। ଏହା ପରେ ସେ କ୍ରିମିୟାରୁ ହେଲିକପ୍ଟର ଯୋଗେ ପ୍ରାୟ ୩୬୦ କିଲୋମିଟର ଦୂର କ୍ରାସନୋଦରରେ ଥିବା ମ୍ୟାକ୍‌ଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ।

Advertisment
Advertisment