/odishatv-khabar/media/post_attachments/uploadimage/library/16_9/16_9_0/milkha-singh_1624067750.jpg)
milkha singh
ଚଣ୍ଡୀଗଡ଼ : ଆରପାରିରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ । ପ୍ରାୟ ମାସେ ଧରି କରୋନା ସହ ଯୁଦ୍ଧ କରିବା ପରେ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ନିଧନ ହୋଇଛି । ଚଳିତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ । ୯୧ ବର୍ଷ ବୟସରେ ମିଲଖା ସିଂହ ଗତକାଲି ରାତି ୧୧ଟା ୨୪ ମିନିଟ୍ରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାନ ଧାବକଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ।
ଚଣ୍ଡିଗଡ଼ର PGIMER ହସ୍ପିଟାଲ ମଧ୍ୟ ଏକ ବୟାନ ଜାରି କରି ମିଲଖା ସିଂହଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ଗତମାସରେ ମିଲଖା କରୋନା ସଂକ୍ରମିତ ହୋଇ ସ୍ଥାନୀୟ PGIMER ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କର କରୋନା ଚିକିତ୍ସା ଚାଲିଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ମିଲଖା ସିଂଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ଗତକାଲି ସନ୍ଧ୍ୟାରେ ହଠାତ୍ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ କମ୍ ହୋଇଯାଇଥିଲା । ଫଳରେ ତାଙ୍କୁ ପୁଣି ଥରେ PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
In the passing away of Shri Milkha Singh Ji, we have lost a colossal sportsperson, who captured the nation’s imagination and had a special place in the hearts of countless Indians. His inspiring personality endeared himself to millions. Anguished by his passing away. pic.twitter.com/h99RNbXI28
— Narendra Modi (@narendramodi) June 18, 2021
ଚାରିଥର ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ମିଲଖା ମଧ୍ୟ ୧୯୫୮ କମନୱେଲଥ ଗେମ୍ସରେ ପଦକ ଜିତିଥିଲେ । ୧୯୬୦ ରୋମ୍ ଅଲିମ୍ପିକ୍ସରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ମିଲଖା ସିଂ, ଯେଉଁଥିରେ ସେ ୪୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେ ୧୯୫୬ ଏବଂ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ୧୯୫୯ ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ମିଲଖା ସିଂଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତ ଜଣେ ମହାନ୍ ଖେଳାଳିଙ୍କୁ ହରାଇଲା । ଅଗଣିତ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ତାଙ୍କର ପ୍ରେରଣାଦାୟକ ବ୍ୟକ୍ତିତ୍ୱ ସହିତ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଭଲ ପାଉଥିଲେ । ମିଲଖା ସିଂଙ୍କ ଜୀବନ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)