Advertisment

ସାନିଟାଇଜ୍‌ କରିବା ପାଇଁ ମଣିଷ ଉପରେ ସ୍ପ୍ରେ କରାଗଲା ବିଷ!

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅମାନୁଷିକ ଭାବେ ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଦକ୍ଷୀଣ ଦିଲ୍ଲୀର ଏକ ସ୍କୁଲରେ କରୋନା ଭାଇରସ ପରୀକ୍ଷା କରିବା ପାଇଁ ଅପେକ୍ଷା କରିଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ ଅମାନୁଷକ ଭାବେ କୀଟନାଶକ ଔଷଧକୁ ଛିଞ୍ଚିବାର ଏକ […]

ସାନିଟାଇଜ୍‌ କରିବା ପାଇଁ ମଣିଷ ଉପରେ ସ୍ପ୍ରେ କରାଗଲା ବିଷ!

kitanasak

Advertisment

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅମାନୁଷିକ ଭାବେ ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ଖବର ଅନୁଯାୟୀ, ଦକ୍ଷୀଣ ଦିଲ୍ଲୀର ଏକ ସ୍କୁଲରେ କରୋନା ଭାଇରସ ପରୀକ୍ଷା କରିବା ପାଇଁ ଅପେକ୍ଷା କରିଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ ଅମାନୁଷକ ଭାବେ କୀଟନାଶକ ଔଷଧକୁ ଛିଞ୍ଚିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଦକ୍ଷୀଣ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ(ଏସଡିଏମ୍‌ସି) ସ୍ପଷ୍ଟ କରି କହିଛନ୍ତି ଯେ କର୍ମଚାରୀ ସ୍ପ୍ରେ ମେସିନର ଚାପକୁ ସମ୍ଭାଳି ପାରିନଥିଲେ। ଯେଉଁ କାରଣରୁ କେମିକାଲ ସ୍ପ୍ରେ କରିବାର ଦିଗ ବଦଳି ଯାଇଥିଲା।

ଏନେଇ ନଗର ନିଗମ ସୂଚନା ଦେଇ କହିଛି ଯେ ଏସଡିଏମ୍‌ସିର ଅଧିକାରୀମାନେ ଶ୍ରମିକମାନଙ୍କୁ କ୍ଷମା ମାଗିଛନ୍ତି। ଶହ ଶହ ପ୍ରବାସୀ ଶ୍ରମିକ ଘରକୁ ଯିବା ପାଇଁ ଟ୍ରେନ୍‌ରେ ବସିବା ପୂର୍ବରୁ ଲାଜପତ ନଗରର ଏକ ସ୍କୁଲରେ ସ୍କ୍ରିନିଂ କରିବା ପାଇଁ ଏକାଠି ହୋଇଥିଲେ।

Advertisment

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଥିଲା । ଏହା ପରେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଥିଲା। ଭିଡିଓରେ ଦେଖାଯାଉଛି ଯେ ସାନିଟାଇଜିଙ୍ଗ୍‌ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକ କିଛି ଲୋକଙ୍କ ଉପରେ କୀଟନାଶକ ଔଷଧ ସ୍ପ୍ରେ କରୁଥିବାର ଦେଖିବାକୁ ମିଳିଛି।

ଏସଡିଏମ୍‌ସିଙ୍କ କହିବା ଅନୁଯାୟୀ, କର୍ମଚାରୀମାନଙ୍କୁ କାର୍ଯ୍ୟ ସମୟରେ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ଆଗରୁ ଦିଆଯାଇଛି। ସେମାନେ ନିଜର ଭୁଲ୍‌ ପାଇଁ ପ୍ରବାସୀ ଶ୍ରମିକମାନଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ