Advertisment

ଡୋମିନିକା କୋର୍ଟରେ ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ  ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ…

ଅଦ୍ୟତନ ହୋଇଛି
ଡୋମିନିକା କୋର୍ଟରେ ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନ ଖାରଜ

mehul choksi

Advertisment

ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ  ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ ବୋଲି ମେହୁଲଙ୍କ ଓକିଲ ବିଜୟ ଅଗ୍ରୱାଲା କହିଛନ୍ତି।

Advertisment

ଅନ୍ୟପକ୍ଷେ, ପଳାତକ ହୀରା ବ୍ୟବସାୟୀ ତଥା PNB ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ମେହୁଲ୍ ଚୋକ୍ସିର ପ୍ରତ୍ୟର୍ପଣ ସଂପର୍କିତ ମାମଲା ଆଜି ପୁଣିଥରେ ଶୁଣାଣି କରିବେ ଡୋମିନିକା ଉଚ୍ଚ ନ୍ୟାୟାଳୟ।  ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଏହି ଶୁଣାଣି ହେବ। ତାଙ୍କୁ ଭାରତ କି ଆଣ୍ଟିଗା ପଠାଯିବ ନା ଡୋମିନିକା ଜେଲ୍‌ରେ ହିଁ ବିଚାରାଧୀନ ବନ୍ଦୀ ଭାବେ ରହିବାକୁ ପଡ଼ିବ, ସେନେଇ ଆଜି ନିଷ୍ପତ୍ତି ହୋଇପାରେ ।

ତେବେ ଗତକାଲିର ଶୁଣାଣିରେ ଚୋକ୍ସି ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ଭିଡିଓ କନଫରେନ୍ସ ଯୋଗେ ତାକୁ ହାଜର କରାଯାଇଥିଲା।  ସେ ଆଣ୍ଟିଗୁଆକୁ ଯିବାକୁ ଚାହୁଁଥିବା କୋର୍ଟକୁ ଜଣାଇଥିଲେ। ସେପଟେ ଭାରତରୁ ଡୋମିନିକା ଯାଇଥିବା ସିବିଆଇ ଓ ଇଡିର ୮ ଜଣିଆ ଟିମ୍ ଚୋକ୍ସି ଏବେବି ଭାରତ ନାଗରିକ ବୋଲି କୋର୍ଟକୁ ଦର୍ଶାଇ, ତାକୁ ପ୍ରତ୍ୟର୍ପଣରେ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Advertisment

ଚୋକ୍ସି ମିଛର ସାହାରା ନେଇ ଆଣ୍ଟିଗାର ନାଗରିକତ୍ୱ ଗ୍ରହଣ କରିବାରେ ସଫଳ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଯୁକ୍ତି ରଖାଯାଇଛି । ତେବେ ଚୋକ୍ସିଙ୍କ ଓକିଲ ଯୁକ୍ତି ରଖୁଛନ୍ତି ଯେ, ସମ୍ବିଧାନର ଧାରା ୯ ଅନୁସାରେ ଜଣେ ଭାରତୀୟ ନାଗରିକ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିବା ମାତ୍ରେ ସେ ଭାରତର ନାଗରିକତ୍ୱ ହରାଇବ । ତେଣୁ କେନ୍ଦ୍ର ସରକାର ଆଣିଥିବା ନୂଆ ନାଗରିକତା ଆଇନ ସମ୍ବିଧାନକୁ ଚାପି ଦେଇପାରିବ ନାହିଁ । ସେପଟେ ଡୋମିନିକା ସରକାର ମଧ୍ୟ ଚୋକ୍ସିର ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ କୋର୍ଟରେ ମତ ଦେଇଥିବା ସୂଚନା ମିଳିଛି ।

ସୂଚନାଥାଉ କି, ୨୦୧୭ରେ ସେ ପୁଞ୍ଜିନିବେଶ ଆଧାରରେ ଆଣ୍ଟିଗୁଆ ଓ ବରମୁଡାର ନାଗରିକତ୍ୱ ଗ୍ରହଣ କରିଥିଲେ । ତେବେ ପିଏନବି ସ୍କାମ ପଦାକୁ ଆସିବା ପରେ ୨୦୧୮ରେ ସେ ଲୁଚିକି ଆଣ୍ଟିଗୁଆ ପଳାଇଥିଲେ । ତାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ସେବେଠାରୁ ଉଦ୍ୟମ ଜାରି ରଖିଥିଲେ ।

Advertisment

ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା ନେଇ ରହି ଆସୁଥିବା ଚୋକ୍‌ସି  କିଛି ଦିନ ହେବ   ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଡୋମିନିକାରେ ଟାଇମ ପାସ କରୁଥିଲେ ।  ଆଉ ସେଠାରେ ହିଁ ତାଙ୍କୁ ପୋଲିସ ଗିରଫ କରିଛି ।

Mehul Choksi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ