Advertisment

ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି  ?

ନୂଆଦିଲ୍ଲୀ: ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ  ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…

ଅଦ୍ୟତନ ହୋଇଛି
ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି  ?

mehul

Advertisment

ନୂଆଦିଲ୍ଲୀ: ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ  ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି ଡୋମିନିକା କୋର୍ଟ । ଜୁଲାଇ ଯାଏଁ ସେ ସେଠାରେ ହିଁ ଜେଲ୍‌ରେ ରହିବେ। ତେଣୁ ଡୋମିନିକା ଯାଇଥିବା ସିବିଆଇ ଓ ଇଡିର ୮ ଜଣିଆ ଟିମକୁ ଖାଲି ହାତରେ ଭାରତ ଫେରିବାକୁ ପଡ଼ିଛି । ତେଣୁ କେବେ ତାଙ୍କୁ ଭାରତକୁ ଅଣାଯିବ ଓ କେଉଁ ଉପାୟରେ ଅଣାଯିବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖା ଦେଇଛି।

Advertisment

ପଳାତକ ମେହୁଲ୍ ଚୋକ୍ସିଙ୍କ ଭାଗ୍ୟ ମାସେ ପାଇଁ ଅଟକିଲା । ଡୋମିନିକା କୋର୍ଟ ଚୋକ୍ସିଙ୍କ ହାବିଅସ୍ କର୍ପସ୍ ମାମଲାର ଶୁଣାଣି ଜୁଲାଇ ଯାଏଁ ସ୍ଥଗିତ ରଖିବା ସହ ସେତେବେଳ ଯାଏଁ ସେ ଡୋମିନିକା ପୋଲିସର ହେପାଜତରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ଜାମିନ ଆବେଦନ ଖାରଜ କରିଦିଆଯାଇଛି । ଏହାପରେ ଚୋକ୍ସିକୁ ଭାରତ ଆଣିବାକୁ ପ୍ରାଇଭେଟ୍ ଜେଟ୍‌ରେ ଡୋମିନିକା ଯାଇଥିବା ସିବିଆଇ ଓ ଇଡିର ୮ ଜଣିଆ ଟିମକୁ ଖାଲି ହାତରେ ଭାରତ ଫେରିବାକୁ ପଡ଼ିଛି ।

ଗତକାଲି ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଯେଉଁଥିରେ ଚୋକ୍ସି ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ସେ ଡୋମିନିକାରେ ଅବୈଧ ଭାବେ ପ୍ରବେଶ କରିନାହାନ୍ତି।  ତାଙ୍କୁ ଅପହରଣ କରାଯାଇଛି । ଡୋମିନିକା ସରକାର ତାଙ୍କ ପ୍ରତ୍ୟର୍ପଣ ସପକ୍ଷରେ ଥିଲେ, ତେବେ ଚୋକ୍ସିଙ୍କ ନାଁରେ ଇଣ୍ଟରପୋଲ୍ ନୋଟିସ୍ ଥିବାରୁ ଏବଂ ସେ ପୁଣି ଫେରାର୍ ହୋଇଯିବା ଆଶଙ୍କା ଥିବାରୁ ଜାମିନ ନଦେବାକୁ ଅପିଲ୍ କରିଥିଲେ ।ଏପଟେ ଆଣ୍ଟିଗା ପ୍ରଧାନମନ୍ତ୍ରୀ ମଧ୍ୟ ପୁଣି ଥରେ ବୟାନ ଜାରି କରିଥିଲେ ଯେ, ତାକୁ ଆଣ୍ଟିଗା ନଆଣି, ସିଧା ଭାରତ ପଠାଇ ଦିଆଯାଉ।

Advertisment

ସୂଚନାଥାଉ କି,  ପଳାତକ ହୀରା ବ୍ୟବସାୟୀ ତଥା ସାଢ଼େ ୧୩ ହଜାର କୋଟିର PNB ମହାଘୋଟାଲାରେ ଅଭିଯୁକ୍ତ ମେହୁଲ୍ ଚୋକ୍ସି ୨୦୧୮ରୁ ଆଣ୍ଟିଗାରେ ସେଠାକାର ନାଗରିକ ଭାବେ ରହି ଆସୁଛନ୍ତି।  ତେବେ ସେ ଭାରତର ନାଗରିକତା ତ୍ୟାଗ କରିବା ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ପ୍ରଦାନ କରିନାହାନ୍ତି।  ତେଣୁ ସେ ଏବେବି ଭାରତର ନାଗରିକ ବୋଲି କେନ୍ଦ୍ର ପକ୍ଷରୁ ଦାବି କରାଯାଉଛି।

ବିଭିନ୍ନ ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଆଦି ମାମଲାରେ ସିବିଆଇ ଓ ଇଡି ଓ୍ୱାଣ୍ଟେଡ୍ ତାଲିକାରେ ଅଛନ୍ତି ଚୋକ୍ସି। ତାଙ୍କୁ ଭାରତ ଆଣିବାକୁ ଚେଷ୍ଟା ଜାରି ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିବା ବେଳେ ଭାରତରେ ଥିବା ଚୋକ୍ସିଙ୍କ ଓକିଲ କହିଛନ୍ତି, ସେ ଆଣ୍ଟିଗାର ନାଗରିକ ହୋଇଥିବାରୁ ଭାରତକୁ ପ୍ରତ୍ୟର୍ପଣର ପ୍ରଶ୍ନ ଉଠୁନି।

Advertisment

ଏଠି କହିରଖିବୁ, ଚୋକ୍ସିକୁ ଭାରତ ଆଣିବାକୁ ସିବିଆଇ ଡିଜି ସାରଦା ରାଉତଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍  ଡୋମିନିକା ଯାଇଥିଲା । ଏହି ବିମାନର ଘଣ୍ଟାକର ଭଡ଼ା ପ୍ରାୟ ୯ ଲକ୍ଷ ଟଙ୍କା । ସେହି ହିସାବରେ ଏହାର ଯାଆସ ଖର୍ଚ୍ଚ ୪ କୋଟିରୁ ଅଧିକ ଆସିବ ବୋଲି କୁହାଯାଉଛି।

Mehul Choksi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ