Advertisment

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍‌ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି। ଭିଡିଓରେ ଡିଏମ୍‌ କହୁଛତି “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। କାଲି ସମସ୍ତ ମିଡିଆ କର୍ମୀ ଚାଲିଯିବେ। କେବଳ ଆମେ ହିଁ ତମମାନଙ୍କ ପାଖରେ ରହିବୁ। ତେଣୁ ଏବେ ତମମାନେ ଭାବ ଯେ […]

ଅଦ୍ୟତନ ହୋଇଛି
ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

dm

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍‌ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି।

Advertisment

ଭିଡିଓରେ ଡିଏମ୍‌ କହୁଛତି “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। କାଲି ସମସ୍ତ ମିଡିଆ କର୍ମୀ ଚାଲିଯିବେ। କେବଳ ଆମେ ହିଁ ତମମାନଙ୍କ ପାଖରେ ରହିବୁ। ତେଣୁ ଏବେ ତମମାନେ ଭାବ ଯେ ତୁମେମାନେ ନିଜର ମନ୍ତବ୍ୟ ବଦଳାଇବ ନା ନାହିଁ।”

ଭିଡିଓ ସମ୍ପର୍କରେ ଜଣାପଡ଼ିବା ପରେ ଗଣମାଧ୍ୟମ କର୍ମଚାରୀମାନେ ପ୍ରବୀଣ କୁମାରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଚୁପ ରହିଥିଲେ।

Advertisment


ମଙ୍ଗଳବାର ଉକ୍ତ ମହିଳାଙ୍କ ମୃତ୍ୟୁପରେ ରାତି ପ୍ରାୟ ୨.୩୦ରେ ପରିବାର ଲୋକଙ୍କ ବିନା ଅନୁମତିରେ ଏହାକୁ ଶତ୍କାର କରାଯାଇଥିଲା। ଏହାକୁ ନେଇ ହାଥରସ ପ୍ରଶାସନ ଓ ପୁଲିସ୍‌ ବାହିନୀ ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି।

Advertisment

କିଏ ଶବ ଶତ୍କାର କଲା ବୋଲି ପ୍ରଶ୍ନର ଉତ୍ତର ପ୍ରବୀଣ କୁମାର ଦେଇନାହାନ୍ତି। ଶବ ଶତ୍କାର କରିଥିବା ଲୋକଙ୍କ ନାଁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଶବ ଆସିଲା ବେଳେ ଗାଁର ମହିଳାମାନେ ଏହାକୁ ଅଟକାଇଥିଲେ ଓ ପୀଡ଼ିତାଙ୍କ ଭାଇଙ୍କ ଉପସ୍ଥିତିରେ ଶବ ଶତ୍କାର କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ