/odishatv-khabar/media/post_attachments/uploadimage/library/16_9/16_9_0/bride_1623560662.jpg)
bride
ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ସ୍ଲଟ୍ ବୁକିଂ କରି ଲୋକମାନେ ଟିକାକରଣ କେନ୍ଦ୍ରରେ ଟିକା ନେଉଛନ୍ତି। ହେଲେ କିଛି ଲୋକ ଭୟରେ ଟିକା ନେଉ ନଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ସଚେତନ କରିବା ପାଇଁ ସରକାର ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏସବୁ ଭିତରେ କିଛିଦିନ ହେବ ଏକ ବିଜ୍ଞାପନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଜଣେ ଯୁବତୀ ବିବାହ ପାଇଁ ଏହି ବିଜ୍ଞାପନ ଦେଇଥିବା ଜଣାପଡ଼ିଛି। ଏଥିରେ ସେ ନିଜ ଧର୍ମର ପୁଅକୁ ବିବାହ କରିବାକୁ ଚାହୁଁଥିବା ଉଲ୍ଲେଖ କରିଥିବା ବେଳେ ଏକ ସର୍ତ୍ତ ମଧ୍ୟ ସେ ରଖିଛନ୍ତି। ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ମ୍ୟାଟ୍ରିମୋନିଆଲ୍ ଆଡ୍ରେ ଯୁବତୀ ଜଣକ ଉଲ୍ଲେଖ କରିଛନ୍ତି, ସେ କୋଭିସିଲ୍ଡ ଭ୍ୟାକ୍ସିନ୍ର ୨ଟି ଡୋଜ୍ ନେଇ ସାରିଛନ୍ତି। ସେ ଏବେ ଏମିତି ଏକ ପୁଅ ଖୋଜୁଛନ୍ତି, ଯିଏକି କୋଭିସିଲ୍ଡର ୨ଟି ଡୋଜ୍ ନେଇ ସାରିଥିବ। ବିବାହ ପାଇଁ ଯୁବତୀଙ୍କ ଏହି ବିଜ୍ଞାପନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁସାରେ, ୨୦୨୧ ଜୁନ୍ ୪ରେ ଏକ ଖବରକାଗଜର ମ୍ୟାଟ୍ରିମୋନି ସ୍ତମ୍ଭରେ ବିଜ୍ଞାପନଟି ଛପା ଯାଇଥିଲା। ଯୁବତୀ ଜଣକ ଚାକିରି କରିଥିବା ବେଳେ ନିଜ ଧର୍ମର ପୁଅକୁ ବିବାହ କରିବା କଥା ଉଲ୍ଲେଖ କରିବା ସହ ସେ ଯେପରି କୋଭିସିଲ୍ଡ ଟିକାର ୨ଟି ଡୋଜ୍ ନେଇଥିବେ ଯୁବତୀ ଜଣକ ସର୍ତ୍ତ ରଖିଛନ୍ତି।
Vaccinated bride seeks vaccinated groom! No doubt the preferred marriage gift will be a booster shot!? Is this going to be our New Normal? pic.twitter.com/AJXFaSAbYs
— Shashi Tharoor (@ShashiTharoor) June 8, 2021
କଂଗ୍ରେସ ସାଂସଦ ଶଶି ଥରୁର୍ ଟ୍ୱିଟରରେ ଏହି ବିଜ୍ଞାପନ ଶେଆର କରିବା ସହ ଲେଖିଛନ୍ତି, ‘ଟିକା ନେଇ ସାରିଥିବା ଦୁଲ୍ହନ ଟିକା ନେଇଥିବା ଦୁଲ୍ହା ଖୋଜୁଛନ୍ତି ! ଶଶି ଥରୁରଙ୍କ ଏହି ଟ୍ୱିଟ୍ ଉପରେ ଲୋକମାନେ ଅନେକ ପ୍ରତିକ୍ରିୟା ରଖିଛନ୍ତି।
ଅନ୍ୟପକ୍ଷେ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ବିଜ୍ଞାପନଟି ଫେକ୍ ବୋଲି କୁହାଯାଉଛି। OneIndiaର ଏକ ରିପୋର୍ଟ ଅନୁସାରେ, କୌଣସି ଯୁବତୀ ଏଭଳି ବିଜ୍ଞାପନ ଦେଇ ନାହାନ୍ତି। ଏହା ଫେକ୍। ଏଡିଟିଂ ଟୁଲ୍ ବ୍ୟବହାର କରାଯାଇ ଏହାକୁ ଭାଇରାଲ୍ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)