Advertisment

କୁହୁଳିଲା ହାଥରସ ନିଆଁ; ଜନ୍ତର ମନ୍ତରରେ ବିକ୍ଷୋଭକାରୀଙ୍କ ଭିଡ଼, କେଜରିୱାଲ୍‌ ବି ସାମିଲ୍‌

ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍‌ ନୁହେଁ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ […]

ଅଦ୍ୟତନ ହୋଇଛି
କୁହୁଳିଲା ହାଥରସ ନିଆଁ; ଜନ୍ତର ମନ୍ତରରେ ବିକ୍ଷୋଭକାରୀଙ୍କ ଭିଡ଼, କେଜରିୱାଲ୍‌ ବି ସାମିଲ୍‌

kejrwal

Advertisment

ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି।'Hang The Guilty,' Says Arvind Kejriwal At Delhi Protest Over Hathras Case

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍‌ ନୁହେଁ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହି ପ୍ରଦର୍ଶନରେ ଯୋଗ ଦେଇ କେଜରିୱାଲ କହିଛନ୍ତି “ ଆମେ ଯୋଡ଼ହସ୍ତରେ ଉତ୍ତରପ୍ରଦେଶ ସରକାରଙ୍କୁ ନିବେଦନ କରୁଛୁ ଯେ ଏହି ଘଟଣାରେ ଦୋଷୀକୁ କଠୋର ଦଣ୍ଡମିଳୁ। ଯେତେଶୀଘ୍ର ସମ୍ଭବ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ।”

Image

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପ୍ରତି ଜଘନ୍ୟ କାଣ୍ଡ ହୋଇଛି। କିନ୍ତୁ ବର୍ତ୍ତମାନ ସେମାନେ କହୁଛନ୍ତି ଯେ ଦୁଷ୍କର୍ମ ହୋଇନି। ହିନ୍ଦୁ ରିତିନୀତି ବିରୋଧରେ ସେମାନେ ଶବସଂସ୍କାର କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଉଛି। ଏଭଳି ନୃଶଂସତାର ଶିକାର ହୋଇଥିବା ପରିବାର ପାଇଁ ବର୍ତ୍ତମାନ ସହାନୁଭୁତି ଓ ସମର୍ଥନ ଆବଶ୍ୟକତା ଅଛି ବୋଲି କେଜରିୱାଲ କହିଛନ୍ତି।

Advertisment

ଜନ୍ତରମନ୍ତରେ ବଢୁଥିବା ଭିଡ଼କୁ ଦେଖି ଜନପଥ ମେଟ୍ରୋ ଷ୍ଟେସନ୍‌ରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରିଦିଆଯାଇଛି। ରାଜୀବ ଚୌକ ଓ ପଟେଲ ଚୌକରେ ବି ଏକ୍‌ଗିଜ୍‌ଟ୍‌ ଗେଟ୍ ବନ୍ଦ କରିଦିଆଯାଇଛି।

Image

ବିକ୍ଷୋଭରେ ସାମିଲ୍ ହୋଇ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ। ଉତ୍ତରପ୍ରଦେଶ ସରକାରଙ୍କୁ ଶାସନଗାଦିରେ ରହିବାର କୌଣସି ଅଧିକାର ନାହିଁ। ନ୍ୟାୟ ଦିଆଯିବ ବୋଲି ସରକାର ସୁନିଶ୍ଚିତ କରନ୍ତୁ ବୋଲି ୟେଚୁରୀ କହିଛନ୍ତି। ସେହିପରି ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ହାଥରସ ଯିବି। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଆମ ସଂଘର୍ଷ ଜାରି ରହିବ ବୋଲି ଆଜାଦ କହିଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣା ଉପରେ ଗୁରୁତ୍ୱାରୋପ କରନ୍ତୁ ବୋଲି ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Advertisment

ସୂଚନା ଅନୁସାରେ, ୧୪ ସେପ୍ଟେମ୍ବରରେ ହାଥରସ ଜିଲ୍ଲାର ଚନ୍ଦପା ଥାନା ଅଧିନ ଏକ ଗାଁରେ ରହୁଥିବା ଜଣେ ୧୯ ବର୍ଷୀୟ ଦଳିତ ସମାଜର ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଘଟଣାରେ ପୀଡ଼ିତାଙ୍କ ମେରୁହାଡ଼ରେ ଗଭୀର ଆଘାତ ଲାଗିବା ସହିତ ତାଙ୍କ ଜିଭ କାଟିଦିଆଯାଇଥିବା କୁହାଯାଇଥିଲା। ପୀଡ଼ିତାଙ୍କୁ ପ୍ରଥମେ ଅଲୀଗଡ଼ର ଜବାହାରଲାଲ ନେହରୁ ମେଡିକାଲ କଲେଜ୍‌ରେ ଓ ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଯୁବତୀ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇବା ପରେ ପ୍ରଶାସନ ଜବରଦସ୍ତି ପୀଡ଼ିତାଙ୍କ ଶବସଂସ୍କାର କରିଦେଇଥିଲା। ଯାହାକୁ ନେଇ ଏବେ ସାରା ଦେଶରେ ଜନ ଆକ୍ରୋଶର ନିଆଁ କୁହୁଳିବାରେ ଲାଗିଛି।

ଅନ୍ୟପଟେ ଏହି ମାମଲାରେ ଗିରଫ ଓ ଅଟକ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଧାରଣା ଦେଇଥିଲେ ୟୁପିର ସବର୍ଣ୍ଣ ବର୍ଗର ଲୋକେ। ଦୋଷୀଙ୍କ ସପକ୍ଷରେ ସେମାନେ ଯୁକ୍ତିବାଢ଼ିବା ସହିତ ସିବିଆଇ ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ